pakka

ସରସରା ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥ ସରସରା ରାସ୍ତା କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ବୋଲି ଜଣାପଡିଛି । ମୃତକ ଜଣଙ୍କ ହେଲେ ସରସରା ଗାଁର ଅନାମୁ ମିର୍ଦ୍ଧା । ସୂଚନା ଅନୁସାରେ ଆଜି ସକାଳୁ ଅନାମୁଙ୍କ ମୃତଦେହ ୫୭ ନଂ ଜାତୀୟ ରାଜପଥ ସରସରା ରାସ୍ତା କଡରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଅନାମୁଙ୍କ ହାତ ବନ୍ଧା ହୋଇଥିବା ବେଳେ ତାଙ୍କ ମୃତଦେହ ନିକଟରେ ଏକ ଟାଙ୍ଗିଆ ପଡିଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ଦେଖି ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି ।

jay balangir
Leave A Reply

Your email address will not be published.

17 − nine =

error: Content is protected !!