pakka

କଳିଙ୍ଗ ସମ୍ମାନରେ ସମ୍ମାନିତ ହେଲେ ସମାଜସେବୀ ଯଶୋବନ୍ତ ରଣା

bbehera

କଳାହାଣ୍ଡି, (ପି.କେ ସାହୁ) : ସବୁବେଳେ ଅସହାୟ, ଦିବ୍ୟାଙ୍ଗ, ଅନାଥ ମାନଙ୍କ ସମସ୍ୟାକୁ ନେଇ ପ୍ରଶାସନ ପାଖରେ ଉପସ୍ଥାପନା କରିଥାନ୍ତି ସମାଜସେବୀ ଯଶୋବନ୍ତ ରଣା । କେତେବେଳେ ଦିବ୍ୟାଙ୍ଗ ମାନଙ୍କୁ ନେଇ ହୁଇଲଚେୟାର ପାଇବାରେ ସହଯୋଗ କରିଥାନ୍ତି ତ କେତେବେଳ ଅନାଥ ଅସହାୟ ମାନଙ୍କୁ ନେଇ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବାକୁ ସହଯୋଗ କରିଥାନ୍ତି । ଆଜି ଅସହାୟ ଲୋକଙ୍କୁ ସହଯୋଗ କରି ପ୍ରତିଟି ଘରେ ପରିଚିତ ହୋଇପାରିଛନ୍ତି ଶ୍ରୀ ରଣା । ବିଗତ ଦିନ ମାନଙ୍କରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ଦିବ୍ୟାଙ୍ଗ ଲୋକଙ୍କୁ ହୁଇଲଚେୟାର ସରକାରଙ୍କ ତରଫରୁ ପାଇବାରେ ସହଯୋଗ କରିଛନ୍ତି । ଏପର୍ଯ୍ୟନ୍ତ କଳାହାଣ୍ଡିର ବିଭିନ୍ନ ବ୍ଲକର ଅନେକ ଅନାଥ ଶିଶୁ ଶ୍ରୀ ରଣାଙ୍କ ପାଇଁ ବିଭିନ୍ନ ଅନାଥ ଆଶ୍ରମରେ ଥଇଥାନ ହୋଇଛନ୍ତି । ବିଭିନ୍ନ ସମୟରେ ଗାଁ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ତାର ସମାଧାନ କରିଥାନ୍ତି । ଏହିପରି ଅନେକ ଗୁଡିଏ ଭଲ କାମ କରି କଳାହାଣ୍ଡି ଜିଲ୍ଲା ବାସୀଙ୍କ ହୃଦୟ ଜିତି ପାରିଛନ୍ତି ଏହି ୨୩ ବର୍ଷୀୟା ଯୁବକ । ତାଙ୍କର କାର୍ଯ୍ୟକୁ ସମ୍ମାନ ଜଣାଇ ଓଡିଶାର ବିଭିନ୍ନ ସଂଗଠନ ତାଙ୍କୁ ସମ୍ମାନିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶାର ଜଣାଶୁଣା ନ୍ୟୁଜ୍‌ ଚେନାଲ୍‌ ନ୍ୟୁଜ୍‌ ୮ ଓଡ଼ିଆ ତରଫରୁ ଗତକାଲି ବରଗଡର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ “ବିକାଶ ପଥେ ପଶ୍ଚିମ ଓଡିଶା” ଆଲୋଚନା ଚକ୍ର -୨୦୨୨ରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପଦ୍ମଶ୍ରୀ ହଳଧର ନାଗ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ସାଂସଦ ସୁରେଶ ପୂଝାରୀ, ନ୍ୟୁଜ୍‌ ୮ ଓଡ଼ିଆର ପ୍ରତିଷ୍ଠାତା ରାକେଶ ସାହୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମାଜସେବାରେ ନିଜକୁ ନିୟୋଜିତ କରିଥିବାରୁ ସମାଜସେବୀ ଯଶୋବନ୍ତ ରଣାଙ୍କୁ “କଳିଙ୍ଗ ସମ୍ମାନ-୨୦୨୨” ରେ ସମ୍ମାନିତ କରିଥିଲେ । ଉପସ୍ଥିତ ଅତିଥି ବୃନ୍ଦ ଶ୍ରୀ ରଣାଙ୍କ ଉଚ୍ଚ କୋଟିର କାର୍ଯ୍ୟ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

12 − one =