jayashree

ଢାବା ଶୌଚାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ, (କେପିଏନ୍‌ଏସ୍‌) : ଗଞ୍ଜାମରେ ଢାବା ଶୌଚାଳୟରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଜାତୀୟ ରାଜପଥ-୧୬ ପାର୍ଶ୍ୱରେ ଥିବା ଏକ ଢାବାର ଶୌଚାଳୟରୁ ମିଳିଛି ମୃତଦେହ । ମୃତ ଯୁବକ ହେଲେ ବି. ଶିବା ପାତ୍ର । ତିନି ଦିନ ଧରି ନିଖୋଜ ଥିବା ଶିବାଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ବଢ଼ିଛି ରହସ୍ୟ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ-୧୬ ପାର୍ଶ୍ୱରେ ଥିବା ରାଜୁ ଢାବାର ଶୌଚାଳୟରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ । ସୂଚନା ଅନୁସାରେ, ଶିବା ଗତ ତିନି ଦିନ ହେଲା ନିଖୋଜ ଥିଲେ । କିଛି ବର୍ଷ ଧରି ସେ ଏହି ଢାବାରେ ସପ୍ଲାଏର ଭାବେ କାମ କରୁଥିଲେ । ତେବେ ହଠାତ୍ ନିଖୋଜ ହେବା ପରେ ତାଙ୍କୁ ଖୋଜାଖୋଜି କରାଯାଇଥିଲା । ଶେଷରେ ଢାବାର ଶୌଚାଳୟରୁ ଶିବାଙ୍କ ମୃତଦେହ ମିଳିଥିଲା । ଶିବାଙ୍କୁ କେହି ହତ୍ୟା କରି ମୃତଦେହକୁ ଶୌଚାଳୟରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ଖବର ପାଇ ରମ୍ଭା ଥାନା ପୋଲିସ ସହ ଛତ୍ରପୁର ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ଉଦ୍ଧାର କରିବା ସହ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଆରମ୍ଭ ହୋଇଛି । ଶିବାଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ? ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.