pakka

ଭଡାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସନ୍ଧିଗ୍ଧ ପ୍ରେମିକ ଅଟକ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଷ୍ଟେଟବ୍ୟାଙ୍କ ନିକଟସ୍ଥ ମଣ୍ଟୁ କଲୋନୀରୁ ବୁଧବାର ଅପରାହ୍ନରେ ପୋଲିସ ଜନୈକ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଘଟଣାର ଛାନଭିନ ଚଳାଇଥିବା ଜଣାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲୋଇସିଂହା ଥାନା ସେମେଲମୁଣ୍ଡା ଗ୍ରାମର ନାରାୟଣ ବେହେରାଙ୍କ ଝିଅ ମୀନାକ୍ଷୀ(୧୯)ଙ୍କ ସହିତ ନିକଟସ୍ଥ ସକମା ଗ୍ରାମର କିଶୋର ପୋଢ଼ଙ୍କ ପ୍ରେମ ସମ୍ପର୍କ ଥିଲା । ଉଭୟେ ଗତ ବର୍ଷ ଡିସେମ୍ବର ମାସରେ ଘରୁ ଲୁଚି କୁଆଡେ ପଳାଇ ଯାଇଥିଲେ । ପରେ ସେମାନେ ଲୋଇସିଂହା ଆସି ମଣ୍ଟୁ କଲୋନୀରେ ଘରଭଡା ନେଇ ରହିବା ସହିତ ସ୍ୱାମୀ ସ୍ତ୍ରୀ ଭାବେ ଚଳୁଥିଲେ । ବୁଧବାର ସକାଳେ ମିନାକ୍ଷୀଙ୍କ ମୃତଦେହ ଘରେ ପଡିଥିବା ଦେଖିବାକୁ ପାଇ କିଶୋର ଥାନାରେ ସୂଚନା ଦେବା ସହିତ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାଇଥିଲେ । ଖବର ପାଇ ଲୋଇସିଂହା ଥାନାର ଟ୍ରେନି ଡ଼ିଏସପି ଅମୃତ ନଳିନୀ ପଣ୍ଡା, ଆଇଆଇସି ରମାକାନ୍ତ ଜେନା ପ୍ରମୁଖ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ମୃତା ଯୁବତୀଙ୍କ ତଥା କଥିତ ପ୍ରେମିକ କିଶୋରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

Leave A Reply

Your email address will not be published.

two × 2 =