pakka

ବିଶିଷ୍ଟ ସାହିତ୍ୟିକା ମୀନାକ୍ଷୀ ଦେବୀ ଆଉ ନାହାନ୍ତି

bbehera

କଟକ : ‘ଉତ୍କଳ ସାହିତ୍ୟ ସମାଜ’ର ସାଧାରଣ ସମ୍ପାଦକ, ‘ଓଡ଼ିଆ ଗୀତିକବି ସମାଜ’ର ସମ୍ପାଦକ, ସେବା ଅନୁଷ୍ଠାନ ‘ଆଶା ଆଶ୍ୱାସନା’ର ପ୍ରତିଷ୍ଠାତା ସମ୍ପାଦକ ତଥା ସ୍ୱନାମଧନ୍ୟା ଲେଖିକା, ସାରସ୍ୱତ ସଂଗଠିକା ଓ ସମାଜସେବିକା ଶ୍ରୀମତୀ ମୀନାକ୍ଷୀ ଦେବୀ(୬୭) ଆଉ ନାହାନ୍ତି । ଗତକାଲି ସନ୍ଧ୍ୟାରେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ତାଙ୍କର ପରଲୋକ ଘଟିଛି । ବହୁ କଳା, ସାହିତ୍ୟ, ସଂସ୍କୃତି, ସମାଜସେବା, ପରିବେଶ ସୁରକ୍ଷା ଆଦି ଅନୁଷ୍ଠାନ ସହିତ ସେ ବେଶ୍ ନିଷ୍ଠାପର ଭାବେ ଜଡ଼ିତ ଥିଲେ । ଗୀତିକବିତା, କ୍ଷୁଦ୍ରଗଳ୍ପ, ଲଳିତ ନିବନ୍ଧ, ପ୍ରବନ୍ଧ, ନାଟକ, ଜୀବନୀ, ଶିଶୁସାହିତ୍ୟ ପ୍ରଭୃତି ବହୁ ପୁସ୍ତକ ରଚନା କରି ସେ ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ଆକାଶବାଣୀ ଓ ଦୂରଦର୍ଶନର ସେ ଥିଲେ ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ନାଟ୍ୟକାର । ସେ ‘ଓଡ଼ିଶା ସଂଗୀତ-ନାଟକ ଏକାଡେମୀ ପୁରସ୍କାର’, ‘ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ’ଠାରୁ ଆରମ୍ଭ କରି ଅନେକ ଅନୁଷ୍ଠାନରୁ ପୁରସ୍କାର, ସମ୍ମାନ ଓ ସମ୍ବର୍ଦ୍ଧନା ଲାଭ କରିଥିଲେ । ଏଭଳି ଜଣେ ମହନୀୟା ନାରୀପ୍ରତିଭା ଓ ଅତ୍ୟନ୍ତ ଭଲ ମଣିଷଙ୍କ ଦାରୁଣ ଦେହାନ୍ତରେ ଓଡିଶାର ସାରସ୍ୱତ ଜଗତରେ ଶୋକର ଛାୟା ଖେଳି ଯାଇଛି ।

jay balangir
Leave A Reply

Your email address will not be published.

5 × 5 =

error: Content is protected !!