ଦନ୍ତା ହାତୀର ମୃତଦେହ ଠାବ

କୁଚିଣ୍ଡା : ଦନ୍ତା ହାତୀର ମୃତଦେହ ଠାବ ହୋଇଥିବା ଖବର ମିଳିଉି । ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସରଡ଼ା ରାସ୍ତା ବାଲିଆମ ପର୍ବତ ପାଦଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସରଡ଼ା ରାସ୍ତା ବାଲିଆମ ପର୍ବତ ପାଦଦେଶରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ବନ ବିଭାଗ ଉପସ୍ଥିତ ରହି ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ହାତୀର ବୟସ ପ୍ରାୟ ୭ରୁ ୮ବର୍ଷ ମଧ୍ୟରେ ରହିଛି । ନିଜ ନିଜ ମଧ୍ୟରେ ମାଡଗୋଳ ହୋଇ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନ ବିଭାଗ ।

Leave A Reply

Your email address will not be published.

five × three =