ଦନ୍ତାହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ : ସଦର ବନାଞ୍ଚଳ ଭାପୁର ଫରେଷ୍ଟ ସେକ୍ସନ୍ ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତା ପାର୍ଶ୍ଵରୁ ଶହେ ମିଟର ଦୂର ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର ଏକ ଚାଷଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ଚାଷଜମିରେ ମରି ପଡ଼ିଥିବାରୁ ବିଦ୍ୟୁତ୍ ଆଘାତ ପାଇ ମୃତ୍ୟୁ ହୋଇଥାଏପାରେ ବୋଲି ସନ୍ଦେହ କରାଯାଉଛି । ହାତୀ ମୃତ୍ୟୁର ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ ଚଳାଇଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଜାରି ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପ୍ରକାଶ କରିଛି ।

Leave A Reply

Your email address will not be published.

12 + 20 =