ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଟାଙ୍ଗୀ : ନୟାଗଡ଼ ଜିଲ୍ଲା ଚମ୍ପାଗଡ଼ ଛକ ଜାତୀୟ ରାଜପଥରେ ହାଇଓ୍ବା ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଭୁବନେଶ୍ୱରରୁ ବାଲୁଗାଁ ଅଭିମୁଖେ ଯାଉଥିବା ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା ହାଇଓ୍ବା । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଚାନ୍ଦପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ମୃତକର ପରିଚୟ ମିଳିନଥିବା ଜଣାପଡିଛି ।

Leave A Reply

Your email address will not be published.

5 × three =