ପୋର୍ସ କାର୍ ଧକ୍କାରେ ୨ ଜଣ ମୃତ

ପୁଣେ : ପୋର୍ସ କାର୍ ଧକ୍କାରେ ଗଲା ୨ ଜଣକ ଜୀବନ । ପୁଣେରେ ଘଟିଛି ଏଭଳି ଘଟଣା । ସାଙ୍ଗମାନଙ୍କୁ ଦେଖା କରି ଘରକୁ ଫେରୁଥିବା ବେଳେ ଏକ ପୋର୍ସ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଏହା ଫଳରେ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ଅନୀଷ ଅୱଧୀୟ ଓ ଅଶ୍ୱିନୀ କୋଶଟା । ମିଳିଥିବା ସୂଚନା ମୁତାବକ, ଘଟଣାଟି ଶନିବାର ରାତି ୨ଟା ୧୫ରେ । ଅନୀଷ ଓ ଅଶ୍ୱିନୀ ସାଙ୍ଗମାନଙ୍କୁ ଦେଖା କରିବା ପରେ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଦ୍ୱାଦଶରେ ପାସ୍ କରିଥିବାରୁ ଅଭିଯୁକ୍ତ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଶେଷ କରି ୨ ଜଣ ଘରକୁ ଫେରୁଥିଲେ । ପୋର୍ସ କାର୍‌ର ବେଗ ଘଣ୍ଟାପ୍ରତି ୨୦୦ କିଲୋମିଟର ଥିବା ବେଳେ ନିୟନ୍ତ୍ରଣ ହରାଇ ଅନୀଷଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ପଛରେ ବସିଥିବା ଅଶ୍ୱିନୀ ୨୦ ଫୁଟ ଉପରକୁ ଉଠି ତଳେ କଚାଡି ହୋଇ ପଡ଼ିବା ସହ ଅନୀଷ କାର୍‌ରେ ମାଡ଼ ହୋଇ ତଳେ ପଡ଼ିଥିଲେ । ଦୁର୍ଘଟଣା ପରେ ଲୋକେ ସାହାଯ୍ୟ ପାଇଁ ଆସିଥିଲେ ବି ସେତେବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିଲା ।

Leave A Reply

Your email address will not be published.