pakka

ସୁରକ୍ଷାବଳ ଓ ମାଓବାଦୀ ଗୁଳିବିନିମୟ : ୨ ମାଓବାଦୀ ମୃତ

bbehera

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ କଣ୍ଟାମାଳ ଓ ଘଣ୍ଟାପଡ଼ା ବନାଞ୍ଚଳରେ ସୁରକ୍ଷା ବଳ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ଓଜି, ଡିଭିଏଫ୍‌, ବିଏସ୍‌ଏଫ୍‌ ଓ ପୋଲିସ ଯବାନମାନେ ସର୍ଚ୍ଚ ଅପ୍‌ରେସନ୍‌ ଆରମ୍ଭ କରିଥିଲେ । ଏହି ସର୍ଚ୍ଚ ଅପ୍‌ରେସନ୍‌ ସକାଳ ପ୍ରାୟ ୭ଟା ବେଳେ କଣ୍ଟାମାଳର ପଢେଲ ଓ ଘଣ୍ଟାପଡାର ମାତାକୁପା ବନାଞ୍ଚଳରେ ହୋଇଥିଲା । ପୋଲିସ ଓ ସୁରକ୍ଷାବଳଙ୍କୁ ଦେଖି ମାଓବାଦୀମାନେ ପ୍ରବଳ ଗୁଳିମାଡ଼ ଓ ଗ୍ରେନେଡ ଆକ୍ରମଣ କରିଥିଲେ । ପୋଲିସ ପ୍ରଥମେ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ କହିଥିଲା । ମାତ୍ର ସେମାନେ ସୁରକ୍ଷାବଳଙ୍କ ଉପରକୁ ଗୁଳିଚାଳନା ଜାରି ରଖିବାରୁ ମିଳିତ ବାହିନୀ ମାଓବାଦୀଙ୍କ ଉପରକୁ ପାଲଟା ଆକ୍ରମଣ କରିଥିଲେ । କିଛି ସମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ଓ ସର୍ଚ୍ଚ ଅପ୍‌ରେସନ୍‌ ବେଳେ ୨ ଜଣ ମାଓବାଦୀଙ୍କ ମୃତଦେହ ଗୁଳିବିନିମୟ ସ୍ଥାନରୁ ମିଳିଥିଲା । ଦୁଇ ମୃତଦେହକୁ ମାଓବାଦୀ ସନ୍ତୁ ଓ ସୁନିଲ ବୋଲି ଚିହ୍ନଟ କରଯାଇଥିବା ଏକ ପ୍ରେସ୍‌ ମିଟ୍‌ରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ କହିଥିଲେ । ଘଟଣାସ୍ଥଳରୁ ଗୋଟିଏ ସିଙ୍ଗିଲ ସର୍ଟ ରାଇଫଲ୍,୧୭ଟି ଏମୁନେସନ୍‌, ୭ ରାଉଣ୍ଡ ଗୁଳି, ତାର ଓ ଡେଟୋନେଟର ୮ରୁ ୧୦ଗୋଟି, ୫ଟି ହାତବୋମା, ୨ଗୋଟି, ୨ଟି ସୋଲାର ପ୍ୟାନେଲ, ୬ଟି ଏଲ୍‌ଇଡି,କିଛି ମାଓ ପ୍ରଚାର ପୁସ୍ତିକା ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିବା ସହ ସୁରକ୍ଷାବଳ ସର୍ଚ୍ଚ ଅପ୍‌ରେସନ୍‌କୁ ଜାରୀ ରଖିଥିବା କଥା ଏସ୍‌ପି ମହାଶୟ ଏହି ପ୍ରେସ୍‌ମିଟ୍‌ରେ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

sixteen + 15 =