pakka

କଂଗ୍ରେସ ଦଳରେ ଯୋଗ ଦେଲେ ଦେଓଗାଁ ବ୍ଲକ୍‌ ମହଲେଇ ପଂଚାୟତର ବହୁ ବିଜେଡି ନେତା

bbehera
  • ସମରେନ୍ଦ୍ରଙ୍କ ଦକ୍ଷତା, ଦୂରଦୃଷ୍ଟି ଓ ନରସିଂହଙ୍କ ଲୋକାଭିମୁଖି କାର୍ଯ୍ୟକ୍ରମରେ ହେଲେ ଅନୁପ୍ରାଣିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ ଅନ୍ତର୍ଗତ ମହଲେଇ ପଂଚାୟତର ବଗଡା ଗାଁର ବହୁ ବିଜେଡି ଦଳର ଆଗଧାଡିର ବହୁ ନେତା ଓ କର୍ମୀମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ଶ୍ରୀ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ବିଧାୟକ ଶ୍ରୀ ମିଶ୍ରଙ୍କ ଲଗାତାର ବିଗତ ୧୦ ବର୍ଷ ଧରି ଅଂଚଳ ପ୍ରତି ଥିବା ପ୍ରତିବଦ୍ଧତା ଓ ବିକାଶମୁଖୀ କାର୍ଯ୍ୟକ୍ରମ ତଥା ଏଆଇସିସି ସଦସ୍ୟ ଏବଂ ବଲାଙ୍ଗିର ବିଧାନସଭା କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ରଙ୍କ ଦକ୍ଷତା, ଦୂରଦୃଷ୍ଟି ଅତ୍ମିୟତା ଓ ଦୃଢ ନେତୃତ୍ୱ ପ୍ରତି ଅନୁପ୍ରାଣିତ ହୋଇ ମହଲେଇ ପଂଚାୟତ ଅନ୍ତର୍ଗତ ବଗଡା ଗ୍ରାମର ବହୁ ବିଜେଡି କର୍ମୀ ଓ ନେତା ଯେଉଁମାନେ କି ଅତୀତରେ ପଂଚାୟତ ତଥା ବ୍ଲକ୍‌ ଅଂଚଳରେ ବିଜେଡି ଦଳର ନେତୃତ୍ୱ ନେଉଥିଲେ ସେମାନେ ବିଜେଡି ଦଳ ତ୍ୟାଗ କରି କଂଗ୍ରେସ ଦଳରେ ମିଶି ଯାଇଛନ୍ତି । ଏହି ଅବସରରେ ଯୋଗ ଦେଇଥିଲା ଲୋକମାନେ କହିଛନ୍ତି ଯେ’ ବିଜୁ ଜନତା ଦଳର ସରକାର ରାଜ୍ୟରେ ଦିର୍ଘ ୨୪ ବର୍ଷ ନିରଙ୍କୁଶ ଶାସନ କ୍ଷମତାରେ ଥିଲେ ମଧ୍ୟ ରାଜ୍ୟର କୃଷକ, ଶ୍ରମିକ, ଛାତ୍ର ଓ ଯୁବକଙ୍କ ପ୍ରତି ସବୁବେଳେ ଅନ୍ୟାୟ କରି ଆସୁଅଛି । ନବୀନ ପଟ୍ଟନାୟକ ସରକାର ଅମଳରେ ରାଜ୍ୟରେ ମହିଳାମାନଙ୍କ ପ୍ରତି ନିର୍ଯ୍ୟାତନା ବୃଦ୍ଧି ପାଇଛି । ବେରୋଜଗାର, ଯୁବକଙ୍କ ନିଯୁକ୍ତି ପାଇଁ ବଲାଙ୍ଗିରରେ କୌଣସି ନୂଆ ଶିଳ୍ପ କିମ୍ବା କର୍ମସଂସ୍ଥାନର ବ୍ୟବସ୍ଥାରେ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହା କିଛି ବି ଏ ଅଂଚଳର ବିକାଶ ହୋଇଛି ତାହା କେବଳ ସମ୍ଭବ ହୋଇଛି ନରସିଂହ ମିଶ୍ରଙ୍କ ଉଦ୍ୟମରେ । ତେଣୁ କଂଗ୍ରେସ ଦଳ ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିଛନ୍ତି । ବିଧାୟକ ଶ୍ରୀ ମିଶ୍ର ଯୋଗ ଦେଇଥିବା ସମସ୍ତ ଲୋକମାନଙ୍କୁ ଦଳକୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଯୋଗୁଁ କଂଗ୍ରେସ ଦଳ ଆହୁରି ମଜବୁତ ହେବା ସଙ୍ଗେ ସଙ୍ଗେ ଏ ଅଂଚଳ ବିକାଶ ତ୍ୱରାନ୍ୱିତ ହେବ । ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ନେତା ଓ କର୍ମୀମାନେ ହେଲେ ପ୍ରମୋଦ ମିର୍ଦ୍ଧା, ରମେଶ ମିର୍ଦ୍ଧା, ଚିତ୍ରସେନ ମିର୍ଦ୍ଧା, ଖଗେଶ୍ୱର ମିର୍ଦ୍ଧା, କେଶବ ମିର୍ଦ୍ଧା, ଡୁଲେଶ୍ୱର ମିର୍ଦ୍ଧା, ଯାଦବ ମିର୍ଦ୍ଧା ଓ ଉମେଶ ମିର୍ଦ୍ଧା । ମିଶ୍ରଣ ପର୍ବ ଅବସରରେ ମହଲେଇ ପଂଚାୟତର ପଂଚାୟତ କଂଗ୍ରେସ ସଭାପତି ଶଙ୍କର୍ଷଣ ମହାପାତ୍ର, ଅକ୍ରୁର ମିର୍ଦ୍ଧା, ଗଣପତି ସା, ଗିରିଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

twelve − ten =