ବଲାଙ୍ଗିର ଆଟିଆଇ ନିକଟରେ ଦୁର୍ଘଟଣା ୧ ମୃତ, ୩ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ଆଟିଆଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ଦୁର୍ଘଟଣାରେ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବରିକେଲ ନିବାସୀ ଭାଗ୍ୟ ପଟେଲ ନିଜ ସ୍ତ୍ରୀ ଓ ଝିଅ ସହ ତାଲଝରନ ଗ୍ରାମକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲେ । ଏକ ପେସନ୍ ପ୍ରୋ ଓଡି ୦୩ଏ ୨୯୦୫ ବାଇକ୍‌ରେ ଫେରିଲା ସମୟରେ ଆଇଟିଆଇ ନିକଟରେ ସାମ୍ନା ପଟୁ ଏକ ଏଫ୍ ଜି ବାଇକ୍ ଓଡ଼ି ୦୩ ଭି ୭୯୧୯ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଶ୍ରୀ ପଟେଲଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଝିଅ, ତାଙ୍କ ସ୍ତ୍ରୀ ଓ ଏଫ୍ ଜି ବାଇକ୍ ଆରୋହୀ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ବଲାଙ୍ଗିର ସଦର ପୋଲିସ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତରମାନଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି । ତେବେ ଏଫ୍ ଜି ବାଇକ୍ ଚାଳକ ଜଣକ ବିକ୍ରମ ମୁଣ୍ଡା ବୋଲି ଜଣାପଡିଛି ।

Leave A Reply

Your email address will not be published.

one × five =