pakka

ରେଳ ଧାରଣାରେ କଟି ଜଣେ ମୃତ

bbehera

କୋରାପୁଟ : କୋରାପୁଟ ସୁକୁ ବ୍ରିଜ୍‌ ନିକଟରେ ଅଘଟଣ । ରେଳ ଧାରଣାରେ କଟି ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ । ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ଦିନ ସକାଳୁ ସକାଳୁ କୋରାପୁଟ ସୁକୁ ବ୍ରିଜ୍‌ ନିକଟରେ ଘଟିଛି ଅଘଟଣ । ରେଳ ଧାରଣାରେ କଟି ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିନଥିବା ବେଳେ ଜିଆର୍‌ପି ପୋଲିସକୁ ସୂଚନା ଦିଆଯାଇଥିଲା । ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଆର୍‌ପି ।

jay balangir
Leave A Reply

Your email address will not be published.

2 × one =