ଜଳିଗଲା ଇଣ୍ଡିକା କାର୍‌, ଅଳ୍ପକେ ବର୍ତ୍ତିଲେ ଦୁଇ ଶିକ୍ଷକ

କଣ୍ଟାବାଞ୍ଜି : ଜଳିଗଲା ଇଣ୍ଡିକା ଗାଡି । ଅଳ୍ପକେ ବର୍ତ୍ତିଲେ ଗାଡିରେ ବସିଥିବା ଦୁଇ ଶିକ୍ଷକ । ବାଲେଶ୍ୱର ଜିଲ୍ଲା ନୀଳଗିରି ଚଟୁଅନକା ଗାଁ ପୁରୁଣା ପଞ୍ଚାୟତ ଅଫିସ ରାସ୍ତା ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ରାତିରେ ଦୁଇ ଶିକ୍ଷକ କାର୍‌ ଯୋଗେ ଯାଉଥିଲେ । ଏହି ସମୟରେ ହଠାତ୍‌ କାର୍‌ ଇଞ୍ଜିନ୍‌ରୁ ଧୂଆଁ ବାହାରିଥିଲେ । ଦେଖୁ ଦେଖୁ ଗାଡିରେ ନିଆଁ ବଢିବାରେ ଲାଗିଥିଲା । ଯାହାପରେ ଗାଡିକୁ ଏକ ସାଇଟ୍‌ରେ ଛିଡା କରି ଦୁଇ ଜଣ ଶିକ୍ଷକ ଓହ୍ଲାଇଥିଲେ । ଏହାପରେ ସ୍ଥାନୀୟ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । ହେଲେ ଗାଡିରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଥିଲା । ଦେଖୁ ଦେଖୁ କାର୍‌ଟି ପୁରା ନିଆଁରେ ଜଳି ପାଉଁଶ ହୋଇଯାଇଛି ।

Leave A Reply

Your email address will not be published.

19 − 3 =