pakka

ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ

bbehera

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଉଛନ୍ତି ମଦନମୋହନ ମୁର୍ମୁଙ୍କ ପୁଅ ବିଜୟ ମୁର୍ମୁ (୨୩) ।

ସୂଚନାନୁଯାୟୀ, ବିଜୟ ମୁର୍ମୁ ଘରେ ଗତ ରାତ୍ରିରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିଲା । ସାପ କାମୁଡିବା ଜାଣି ବିଜୟ ପାଟି କରିଥିଲେ । ପରିବାର ଲୋକେ ଉଠି ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ବିଜୟକୁ ମୃତ ଘୋଷଣା କରିଥିଲେ ।

jay balangir
Leave A Reply

Your email address will not be published.

twelve − 10 =

error: Content is protected !!