ରାଜଭବନରେ ହେବ କଳିଙ୍ଗ ଅତିଥି ନିବାସ : ଭିତ୍ତିପ୍ରସ୍ତର ସ୍ଥାପନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ

ଭୁବନେଶ୍ୱର : ରାଜଭବନକୁ ଆସୁଥିବା ଅତି ବିଶିଷ୍ଟ ଅତିଥି (ଭିଭିଆଇପି)ଙ୍କ ପାଇଁ ନିର୍ମାଣ ହେବ ନୂଆ ଗେଷ୍ଟ ହାଉସ । ଏହାର ନାମ ଦିଆଯାଇଛି କଳିଙ୍ଗ ଅତିଥି ନିବାସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ରାଜଭବନ ପରିସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି । ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିଙ୍କ ରହଣି ପାଇଁ ସ୍ୱତନ୍ତ୍ର ଭାବେ ଏହି ଗେଷ୍ଟ ହାଉସ ନିର୍ମାଣ କରାଯିବ ।

ରାଜଭବନର ଜଣେ ଅଧିକାରୀଙ୍କ କହିବା କଥା, ରାଜଭବନ ମୁଖ୍ୟ ବିଲ୍ଡିଂରେ ଅତିଥିଙ୍କ ପାଇଁ ଗେଷ୍ଟ ହାଉସ ରହିଛି । ରାଜଭବନକୁ ଆସୁଥିବା ଅତି ବିଶିଷ୍ଟ ଅତିଥିମାନେ ରାଜଭବନର କାର୍ଯ୍ୟାଳୟ ଦେଇ ଗେଷ୍ଟ ହାଉସକୁ ଯାଉଛନ୍ତି । ବର୍ତ୍ତମାନ ଥିବା ଗେଷ୍ଟ ହାଉସରେ ପର୍ଯ୍ୟାପ୍ତ ସଂଖ୍ୟାରେ କୋଠରୀ ନାହିଁ । ଆନେକ୍ସରେ ୨ଟି ରୁମ୍‌ ଥିବା ବେଳେ ମୁଖ୍ୟ ବିଲ୍ଡିଂରେ ୧୦ରୁ ୧୨ଟି ରୁମ୍‌ ରହିଛି । ଅଧିକ ସଂଖ୍ୟକ ଅତିଥି ଆସିବା ସମୟରେ ରୁମ୍‌ର ଅଭାବ ରହୁଛି । ବିଶେଷ କରି ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତାଙ୍କ ସହ ୩୦ରୁ ଅଧିକ କର୍ମଚାରୀ ଆସିଥାନ୍ତି । ରାଜଭବନରେ ରୁମ୍‌ ଅଭାବ ଥିବାରୁ ଅଧିକାଂଶ ରାଷ୍ଟ୍ରପତିଙ୍କୁ ରାଜ୍ୟ ଅତିଥି ଭବନରେ ରହିବାର ବ୍ୟବସ୍ଥା କରାଯାଉଛି । ଏହି ନୂତନ ଅତିଥି ଗୃହ ନିର୍ମାଣ କରାଗଲେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆସୁଥିବା ସମସ୍ତ ଅତିଥି ଓ ଅଧିକାରୀମାନଙ୍କ ରହିବାରେ ସୁବିଧା ହେବ ।

Leave A Reply

Your email address will not be published.