pakka

ମର୍ମନ୍ତୁଦ ଦୁର୍ଘଟଣା, ୧ ମୃତ

bbehera

ବୌଦ୍ଧ : ଘର ଉପରେ ମାଡ଼ିଗଲା କାର୍‍ । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ରାଧାନଗର ଗାଁରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ରାତି ଅଧରେ ଘର ଭିତରକୁ ଇନୋଭା କାର୍‌ଟି ପଶିଯିବା ଫଳରେ ଘରେ ଶୋଇଥିବା ମହିଳାଙ୍କ ଉପରକୁ ମାଡ଼ିଯାଇଛି । ଯାହାଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ କ୍ଷତିପୂରଣ ଦାବୀ ନେଇ ଉତ୍ୟକ୍ତ ଲୋକେ ଖୋର୍ଦ୍ଧା-ବଲାଙ୍ଗିର ୫୭ତମ ଜାତୀୟ ରାଜପଥ ଅବରୋଧ କରିଥିଲେ । ପରେ ଖବର ପାଇ ପ୍ରଶାସନିକ ଅଧିକାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକ ହଟିଥିବା ଜଣାପଡିଛି ।

Leave A Reply

Your email address will not be published.

10 − seven =