ଜେନିଥଲାୟନ୍ସ ଗୁରୁକୁଳ ପଦ୍ମପୁର ପୁଣି ଥରେ ଦୋହରାଇଲା ଇତିହାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥଲାୟନ୍ସ ଗୁରୁକୁଳ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ରାଜୁ ମେହେର ୯୬% ରଖି ସର୍ବୋଚ୍ଚ ସ୍ଥାନ ରଖିଥିଲା ବେଳେ ସ୍ଥିତପ୍ରଜ୍ଞା ସାହୁ ୯୩.୪%, ନୌସୀନ ଫାତିମା ୯୩.୨%, ପ୍ରିୟାନଂଶୁ ରଞ୍ଜନ ସାହୁ ୯୨.୨%, ଅଙ୍କିତ ସାହୁ ୯୧.୬%, ଶୋଭନା ପ୍ରଧାନ ୯୧.୬%, ପ୍ରିୟରଞ୍ଜନ ସୁନାନୀ ୯୧.୪%, ସୌରଭ ପ୍ରାଧାନ ୯୧%, ରାଜ ଭିଲେପରିଆ ୯୦.୮%, ଶିବାନୀ ଅଗ୍ରୱାଲ ୯୦.୬%, ଭାର୍ଗବିନି ବେହେରା ୯୦.୨% ରଖିଛନ୍ତି । ୨୪ ଜଣ ୮୦%ରୁ ୮୯% ଉପରେ ମାର୍କ ରଖିଥିବା ବେଳେ ୩୦ ଜଣ ୭୦%ରୁ ୭୯% ମାର୍କ ରଖିଛନ୍ତି ଏବଂ ସବୁ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେହିପରି ଦ୍ୱାଦଶ ଶ୍ରେଣୀରେ ଆୟୁଷ ଅଗ୍ରୱାଲ ୯୨% ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ରିତୁନ ସାହୁ ୮୬.୪%, ତୁଷାର ସାହୁ ୮୫.୪%, ଅମନ ପତି ୮୦.୬%, ପୂଜାରାଣୀ ବେହେରା ୭୯.୬%, ହୃଷିକେଶ ପଟେଲ ୭୮%, ସୌରଭ କୁମାର ସାହୁ ୭୭.୨%, ଶିଳ୍ପାସୁଚରୀତା ଜେନା ୭୭%, ପ୍ରତୀକ ମିଶ୍ର ୭୫.୮%, ଶେଖର ପ୍ରସାଦ ସାହୁ ୭୫.୮% ରଖିଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀରେ ଉର୍ତ୍ତୀନ୍ନ ହୋଇଛନ୍ତି । ଛାତ୍ରଛାତ୍ରୀମାନଙ୍କ ସଫଳତା ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

five + eight =