ବିଜେଡିର ସାଧାରଣ ସଭା ଓ ମିଶ୍ରଣ ପର୍ବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବ୍ଳକର ରତାଖଣ୍ଡି ଗ୍ରାମ ପଞ୍ଚାୟତର ଦାଣ୍ଡପାଣି ଗ୍ରାମବାସୀଙ୍କୁ ନେଇ ଏକ ସାଧାରଣ ସଭା ଓ ମିଶ୍ରଣ ପର୍ବ ବ୍ଳକ ଯୁବ କାର୍ଯ୍ୟକାରୀ ସଭାପତି ଅନନ୍ତ ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା ଯୋଗଦେଇ ଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଶେଷ ଦେବ ଖମାରୀ, ସମିତି ସଭ୍ୟ ପ୍ରମୋଦ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ ଜନହିତ କାର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ବିଜେଡି ଯୁବ ସଂଯୋଜକ ସରୋଜ କୁମାର ମହାକୁର ସଭା ସଂଯୋଜନା କରିଥିଲେ । ଏଥିରେ ଦାଣ୍ଡପାଣି ଗ୍ରାମର ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳର ଶତାଧିକ କର୍ମୀ ସାମିଲ ହୋଇ ଆଗାମୀ ଦିନରେ ଦଳକୁ ସୁଦୃଢ କରିବା ପାଇଁ ସଂକଳ୍ପ ନେଇଥିଲେ । ବରିଷ୍ଠ କଂଗ୍ରେସ ନେତା ଯଜ୍ଞ କର ମିଶ୍ର, ଘିଡୁ ବରିହା, ସମେତ ଶତାଧିକ ଲୋକେ ସାମିଲ ହୋଇଥିଲେ । ସୁଶାନ୍ତ ବରିହା, ଅନନ୍ତ କଲେତ, ଗୌତମ ମେହେର, ସୁନୀଲ ବରିହା, ପଦ୍ମ ଲୋଚନ ଖମାରୀ, ମେତିଲାଲ ବରିହା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × 4 =