om academy

ଖରାଦିନ ପରିବର୍ତ୍ତେ ଶୀତ ଦିନେ ଚାଲିଛି ପାଣି ଛତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ କପଣି ପଞ୍ଚାୟତରେ ଖରା ଦିନରେ ଜଳଛତ୍ର ଖୋଲିବା ପରିବର୍ତ୍ତେ ଶୀତ ଦିନେ ରାସ୍ତା କଡ଼ରେ, ଛକମାନଙ୍କରେ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ଏଠି ଆଲୋଚନା ହେଉଛି ଯେ ଖରା ଦିନେ ପାଣି ଛତ୍ର ନ ଖୋଲି ଥିବାରୁ ଶୀତ ଦିନରେ ପାଣି ଛତ୍ର ଖୋଲାଯାଇଛି । ଶୀତ ଦିନରେ ଲୋକ ମାନେ ତ ନିଜ ନିଜ କାମରେ ଲାଗି ଥାନ୍ତି ଯାତ୍ରୀମାନଙ୍କୁ ପାଣି କମ ଦରକାର ପଡ଼ିଥାଏ ଖରା ଦିନ ପରିବର୍ତ୍ତେ ଶୀତ ଦିନେ କପଣି ପଞ୍ଚାୟତର ଗାଆଁମାନଙ୍କରେ ପାଣି ଛତ୍ର ଖୋଲି ଥିବାରୁ ଅଂଚଳର ଜନସାଧାରଣଙ୍କ ମଧ୍ୟରେ ଆଲୋଜନା ହେଉଛି । କପଣି ଗ୍ରାମ ପଞ୍ଚାୟତର ଛୁଇନରା, ତାରା, ମାଲିଝର ବସଷ୍ଟାଣ୍ଡ, ଡୁଙ୍ଗୁରିଗୁରା ବସଷ୍ଟାଣ୍ଡରେ ବର୍ତ୍ତମାନ ଶୀତ ଦିନେ ପାଣି ଛତ୍ର ଖୋଲିଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.

fifteen − five =