ସ୍ୱାମୀ ପରିତ୍ୟକ୍ତା ଅସହାୟ ମହିଳାଙ୍କୁ ମିଳୁନି ସରକାରୀ ସହଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ଜଣେ ସ୍ୱାମୀ ପରିତ୍ୟକ୍ତା ଅସହାୟ ମହିଳାଙ୍କୁ କୌଣସି ପ୍ରକାର ସରକାରୀ ଅନୁଦାନ ମିଳୁନଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସଂପୃକ୍ତ ବ୍ଲକ୍‌ ହିଆଲ ଗ୍ରା.ପ. ଅନ୍ତର୍ଗତ କର୍ଲାବାହାଲି ଗାଁର ଚାନ୍ଦନୀ ମାଝି(୫୦) ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଦୀର୍ଘ ବର୍ଷ ହେଲା ସ୍ୱାମୀ ଦ୍ୱାରା ତଡ଼ା ଖାଇ ମା’ ହାରାବତୀ ମାଝିଙ୍କ ସହ ରହୁଛନ୍ତି । ଭଂଗା ଦଦରା ଘରେ ଦୁଇ ମା’ ଝିଅଙ୍କ ସଂସାର । ସାହା ହେବାକୁ କେହି ନାହିଁ । ଆହା କରିବାକୁ ବି କେହି ନାହିଁ । ଭୋକ ଉପବାସରେ ଦିନ କଟୁଛି ମା’ ଝିଅଙ୍କ । ସବୁଠୁ ଦୁଃଖର ବିଷୟ ଯେ, ସରକାରଙ୍କ ପକ୍ଷରୁ ଏଭଳି ଗରିବ ଅସହାୟଙ୍କ ପାଇଁ ବହୁ ଯୋଜନା ରହିଥିବା ସତ୍ତ୍ୱେ ଏମାନଙ୍କ ପାଇଁ ସବୁ ଅପହଂଚ ହୋଇପଡ଼ିଛି । ବିପିଏଲ୍‌ ଚାଉଳ ମିଳୁନି କି ଭତ୍ତା ମିଳୁନି ଚାନ୍ଦନୀକୁ । ସରକାରୀ ଯୋଜନା ଅଧୀନରେ ଘର ଖଣ୍ଡେ ବି ଦେବାକୁ ଚିନ୍ତା କରିନି ଏଯାଏଁ ଗ୍ରାମ ପଞ୍ଚାୟତ । ଚାନ୍ଦନୀ ଅନେକ ଥର ସରପଞ୍ଚଙ୍କୁ କାକୁତି ମିନତି ହୋଇଛନ୍ତି, ଅଥଚ କିଛି ଲାଭ ମିଳିନି ବୋଲି ଖୁବ୍‌ ଦୁଃଖରେ ମତ ପ୍ରକାଶ କରିଛନ୍ତି । ତେବେ ଚାନ୍ଦନୀଙ୍କୁ ଯଥାଶୀଘ୍ର ସରକାରୀ ସାହାଯ୍ୟ ସହଯୋଗ ପ୍ରଦାନ କରାଯିବାକୁ ଗ୍ରାମବାସୀ ଦାବୀ କରିଛନ୍ତି । ବ୍ଲକ୍‌ ପ୍ରଶାସନର ଦୃଷ୍ଟି ପଡ଼ୁ ।

Leave A Reply

Your email address will not be published.