csstore

ଭୋଟର୍‌ କାର୍ଡରେ ତ୍ରୁଟି ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ

ତୁରେକେଲା, (କୈଳାଶ ସଗ୍ରିଆ) : ସରକାରୀ ଆଇନ ଅନୁସାରେ ଆଧାର କାର୍ଡ ହେଉଛି ଆଇନ ସମ୍ମତ ପରିଚୟ ପତ୍ର । ଅଥଚ ଆଧାର କାର୍ଡର ବୟସ ଭିତ୍ତିରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉ ନଥିବା ଭଳି ଏକ ଅଭିଯୋଗ ଆସିଛି । ସୂଚନା ଅନୁସାରେ ଆଧାର କାର୍ଡରେ ଠିକ୍‌ ବୟସ ଥିଲେ ସୁଦ୍ଧା ଭୋଟର୍‌ କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଲେଖା ଯାଇଥିବାରୁ ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ହୋଇଥିବା ଅଭିଯୋଗ କରିଛନ୍ତି ତୁରେକେଲା ବ୍ଲକ୍‌ ଖଗ୍‌ସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାକରଚୁଆଁ ଗାଁର ଶ୍ୟାମକୁମାର ଭୁଏ(୬୧), ଶ୍ୟାମସୁନ୍ଦର ଭୁଏ(୬୫) ଏବଂ ଗୁଣମତି ଭୁଏ(୬୦) । ତେବେ ଆଧାର କାର୍ଡ ଭିତ୍ତିରେ ଏମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବାକୁ ଦାବୀ ହେଉଛି ।

jayashree
Leave A Reply

Your email address will not be published.