csstore

ଶବକୁ ମିଳିଲାନି କାନ୍ଧ, ସାଇକେଲରେ ଆଇଙ୍କ ଶବ ବୋହିଲେ ନାତି : ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ବରଗଡ, (ମୁନ୍ନା ସାହୁ) : ପାଇକମାଲ ବ୍ଲକର କଣ୍ଟାପଡ଼ା ଗାଁରୁ ଆସିଛି ଏକ ମାନବିକତାକୁ ଦୋହଲାଇଦେବା ଭଳି ଘଟଣା । ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ଶବବାହୀ ଗାଡ଼ି ନ ମିଳିବାରୁ ପରିବାର ଲୋକ ଚରମ ଅସହାୟତାର ସମ୍ମୁଖୀନ ହୋଇଥିଲେ । ଶେଷରେ ପରିସ୍ଥିତି ଏପରି ହୋଇଥିଲା ଯେ, ମୃତଦେହକୁ ସାଇକେଲରେ ବୋହି ଶ୍ମଶାନକୁ ନେବାକୁ ପଡ଼ିଥିଲା । ଗାଁ ଲୋକଙ୍କ ସମ୍ମୁଖରେ ଘଟିଥିବା ଏହି ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଛି । ସରକାରୀ ସ୍ତରରେ ଉପଲବ୍ଧ ଥିବା ଶବବାହୀ ଯାନ ସେବା ଆବଶ୍ୟକ ସମୟରେ ନ ମିଳିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାମାଞ୍ଚଳରେ ମୌଳିକ ସେବା ପହଞ୍ଚାଇବା ନେଇ ବାରମ୍ବାର ଦାବି ହେଉଥିବା ବେଳେ, ଏଭଳି ଘଟଣା ବ୍ୟବସ୍ଥାର ବାସ୍ତବ ଚିତ୍ରକୁ ପଦର୍ଶନ କରୁଛି ବୋଲି ମତ ପ୍ରକାଶ ପାଇଛି । ଏହି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ଗ୍ରାମାଞ୍ଚଳରେ ଶବବାହୀ ଯାନ ସୁବିଧାକୁ ଅଧିକ ସୁଦୃଢ଼ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି ।

jayashree
Leave A Reply

Your email address will not be published.