jayashree

ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ଏକଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ ଚିକିଟି ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋଟିଏ ପଟେ ବନ୍ୟାର ବିଭୀଷିକା, ଅନ୍ୟପଟେ ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା । ଏଭଳି ସଙ୍କଟ ସମୟରେ ମାନବିକତାର ହାତ ବଢ଼ାଇଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ । ନିଜର ଏକ ମାସର ଦରମାରୁ ୧ ଲକ୍ଷ ଟଙ୍କା ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଦାନ କରି ସେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ବାହୁଦା ନଦୀ ଉପକୂଳରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଏଭଳି ଦୁର୍ଦ୍ଦିନରେ ବନ୍ୟା ପ୍ରପୀଡ଼ିତଙ୍କ ପାଖରେ ଛିଡ଼ା ହେବା ସହ ରାଜ୍ୟ ସରକାରଙ୍କ ଅର୍ଣ୍ଣବ ରିଲିଫ୍ ପାଣ୍ଠିକୁ ଏହି ଅର୍ଥରାଶି ପ୍ରଦାନ କରିଛନ୍ତି ବିଧାୟକ । ସୋମବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରିଛନ୍ତି । ଏହି ଅର୍ଥ ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ଓ ଥଇଥାନ କାର୍ଯ୍ୟରେ ବିନିଯୋଗ ହେବ ବୋଲି ଆଶା କରାଯାଉଛି । ବିପତ୍ତି ସମୟରେ ଜନପ୍ରତିନିଧିଙ୍କ ଏଭଳି ସହଯୋଗ ଓ ମାନବିକ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.