csstore

ଭବ୍ୟ ମନ୍ଦିର ପ୍ରତିଷ୍ଠାର ଅନ୍ତିମ ଦିନରେ ସାଂସଦଙ୍କ ଉପସ୍ଥିତି

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଦୀର୍ଘ ପାଞ୍ଚଦିନ ଧରି ଅମ୍ବାଦଳା ଗ୍ରାମ ଦଧିବାମନ ମନ୍ଦିରର ଭବ୍ୟ ପ୍ରତିଷ୍ଠା ମହୋତ୍ସବର ଅନ୍ତିମ ଦିବସରେ ମନ୍ଦିର ପ୍ରାଙ୍ଗଣରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଗ୍ରାମର ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଘରେ ଚୁଲି ନିରବ ରହିଥିଲା, କାରଣ ପ୍ରାୟ ସମସ୍ତେ ମନ୍ଦିରର ଅନ୍ନ ପ୍ରସାଦ ଖାଇ ପରିତୃପ୍ତ ହେଉଥିଲେ । ଅନ୍ତିମ ଦିବସର ପବିତ୍ର ବେଳାରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକା ଆସି ପ୍ରଭୁଙ୍କ ଦର୍ଶନ କରିଥିଲେ । ସମସ୍ତେ ପ୍ରଭୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଦିବା-ରାତି ଅଖଣ୍ଡ ଯଜ୍ଞର ପବିତ୍ର ଧୂମରେ ପୁରା ଗ୍ରାମ ଭକ୍ତିମୟ ହୋଇଯାଇଥିଲା । ପ୍ରତିଦିନ ଶତାଧିକ ଲୋକ ମହାପ୍ରସାଦ ଖାଇ ଖୁସିରେ ଘରକୁ ଫେରୁଥିଲେ । ମନ୍ଦିର ପ୍ରତିଷ୍ଠାର ସମସ୍ତ ବୈଦିକ କାର୍ଯ୍ୟ ମୁଖ୍ୟ ପୁରୋହିତ ପଣ୍ଡିତ ଅଶ୍ୱିନ କୁମାର ରଥ ଶର୍ମାଙ୍କ ନେତୃତ୍ୱରେ ହୋଇଥିଲା । ପାଞ୍ଚଜଣ ଦମ୍ପତି କର୍ତ୍ତାଙ୍କୁ ନେଇ ଶାସ୍ତ୍ରୀୟ ମତେ ପୂଜା ସମ୍ପନ୍ନ ହୋଇଥିଲା । ଏହି ପାଞ୍ଚଦିନର ଖୁସି ଓ ଭକ୍ତି ଅଞ୍ଚଳ ଲୋକଙ୍କ ସ୍ମରଣରେ ସବୁଦିନ ପାଇଁ ରହିବ ।

jayashree
Leave A Reply

Your email address will not be published.