csstore

ବଜ୍ରାଘାତରେ ଜଳିଗଲା ଅସହାୟ ମହିଳାଙ୍କ ଘର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରାଘାତ ଯୋଗୁଁ ଜଳିଗଲା ଅସହାୟ ମହିଳାଙ୍କ ଘର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଠେଲକୋମୁଣ୍ଡା ଗ୍ରାମରେ । ଆଜି ଅପରାହ୍ଣ ସମୟରେ ବଜ୍ରାଘାତ ସହ ଘଡଘଡି ହୋଇଥିଲା । ବଜ୍ରାଘାତ ହେବା ଯୋଗୁଁ ଗ୍ରାମର ରଶ୍ମିତା ମାହାର ଏବଂ ଚିନାମାଲି ମାହାରଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ଖବର ପାଇ ଗ୍ରାମବାସୀ ଗରା ବାଲ୍‌ନ ସାହାଯ୍ୟରେ ପାଣି ଆଣି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି ରଖିଥିଲେ । କିନ୍ତୁ ନିଆଁର ପ୍ରଖର ଯୋଗୁଁ ତାହା ସମ୍ଭବ ହେଲା ନାହିଁ । ଶେଷରେ ଦମକଳ ବାହିନୀ ଆସି ନିଆଁକୁ ସମ୍ପୂର୍ଣ ଆୟତ କରିଥିଲେ । ଅଗ୍ନିକାଣ୍ଡ ଯୋଗୁଁ ଅସହାୟ ପରିବାରର ସମସ୍ତ ଆସବାବପତ୍ର, ଖାଇବା ସାମଗ୍ରୀ, ବସ୍ତ୍ର ସହ ସମସ୍ତ ଦ୍ରବ୍ୟ ପୋଡି ଛାରଖାର ହୋଇ ଯାଇଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.