pakka

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱେଟର

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶୀତଦିନ ପାଇଁ ମିଳିବ ସ୍ୱେଟର । ରାଜ୍ୟରେ ଥିବା ୧୦୪ଟି ଶିକ୍ଷାନୁଷ୍ଠାନ(ସ୍ୱତନ୍ତ୍ର ବିଦ୍ୟାଳୟ)ର ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱେଟର ଦିଆଯିବ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏଥିପାଇଁ ଅର୍ଥ ମଞ୍ଜୁରୀ କରାଯାଇଛି । ଏହା ଫଳରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ୬୮୧୫ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଉପକୃତ ହେବ ବୋଲି କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

sixteen − 10 =