pakka

ବ୍ରହ୍ମପୁର ସଦର ଥାନା ପୋଲିସକୁ ମିଳିଲା ବଡ଼ ସଫଳତା : ୨ ଗିରଫ, ୧୬ ବାଇକ୍‌ ଉଦ୍ଧାର

bbehera

ବ୍ରହ୍ମପୁର, (ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସଦର ଥାନା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି । ବାଇକ୍‌ ଚୋରି ରାକେଟ୍‌ର ପର୍ଦ୍ଦାଫାଶ କରିଛି ସଦର ଥାନା ପୋଲିସ । ଏହି ଘଟଣାରେ ୨ଜଣ ଲୁଟେରାଙ୍କୁ ଗିରଫ କରିବା ସହ ୧୬ଚୋରା ବାଇକ୍‌ ଉଦ୍ଧାର ହୋଇଥିବା ଏସ୍‌ଡିପିଓ ଶିବଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତକାଲି ଲୋଚାପଡ଼ା ଛକରେ ପୋଲିସ ଗାଡ଼ି ଯାଂଚ କରୁଥିବା ବେଳେ ଟିଭିଏସ୍‌ ଆପାଚି ମୋଟର ସାଇକେଲରେ ଦୁଇ ଜଣ ବ୍ୟକ୍ତି ଦ୍ରୁତଗତିରେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ପଚରା ଉଚୁରା କରିଥିଲା ଓ ଏହି ମୋଟର ସାଇକେଲଟି ଚୋରି କରାଯାଇଥିବା ବାଇକ୍‌ ବୋଲି ପୋଲିସ ଜାଣିବାକୁ ପାଇଥିଲା ଏବଂ ଦୁଇ ଲୁଟେରାଙ୍କୁ କାବୁ କରିଥିଲା । ତେବେ ସେମାନେ ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରୁ ବାଇକ୍‌ ଚୋରି କରି ଗୋପାଳପୁର ଥାନା ଗୋଲାବନ୍ଧ ଠାରେ ରଖୁଥିବା ପୋଲିସ ଜାଣିବା ପରେ ପୋଲିସ ଆହୁରି ତଦନ୍ତ କରି ସେମାନଙ୍କ ଠାରୁ ୧୬ଟି ଚୋରି ବାଇକ୍‌ ଉଦ୍ଧାର କରିଥିଲା । ଗିରଫ୍‌ ଦୁଇଜଣ ଖୋର୍ଦ୍ଧାର ପପୁ ଓରଫ୍‌ ଗୋଲାମ ହୁସେନ ଖାନ(୪୩) ଓ ଲୋଚାପଡ଼ା ବାସୁଦେବ ନଗରର ଲିଲୁ ବେହେରା(୨୨) ବୋଲି ସୂଚନାରେ କୁହାଯାଇଛି ।

jay balangir
Leave A Reply

Your email address will not be published.

2 × 5 =