ଏବେ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ଉଚ୍ଛେଦ କରିବାର ସମୟ : ଦିଲ୍ଲୀର ସିଏମ୍‌ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ କର୍ମୀଙ୍କୁ ଆହ୍ୱାନ

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ସମ୍ମିଳନୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଦଳର କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ନିର୍ବାଚନ ହେଉଛି ପରିବର୍ତ୍ତନର ମାଧ୍ୟମ ଏବଂ ସଚ୍ଚୋଟତା ସହିତ ନିର୍ବାଚନ ଜିତାଯାଇପାରିବ । ଆମର ପ୍ରତ୍ୟେକ କର୍ମକର୍ତ୍ତା ପ୍ରତିଶ୍ରୁତି ଦିଅନ୍ତୁ, ଏହି ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ଉଚ୍ଛେଦ ନହେବା ପର୍ୟ୍ୟନ୍ତ ଆମେ ଶାନ୍ତିରେ ବିଶ୍ରାମ ନେବୁ ନାହିଁ । ଦିଲ୍ଲୀର ରାସ୍ତା, ବିଦ୍ୟୁତ୍‌, ଜଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ସରକାର କିପରି ଉନ୍ନତି କରିଛନ୍ତି, ତାହା ଆମ କାର୍ଯ୍ୟକର୍ତ୍ତାମାନେ ଜନସାଧାରଣଙ୍କୁ କହିବା ଉଚିତ୍‌ । କେଜ୍ରିୱାଲ କହିଛନ୍ତି ଯେ, ପାଞ୍ଚଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ଘୋଷଣା କରାଯାଇଛି । ୟୁପି, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ନିର୍ବାଚନ ଅନୁଷ୍ଠିତ ହେବ । ଏକ ସମୟ ଥିଲା, ଯେତେବେଳେ ଦେଶ ବ୍ରିଟିଶ ବ୍ୟବସ୍ଥା ବିରୁଦ୍ଧରେ ଯୁଦ୍ଧ କରୁଥିଲା । ଆଜ ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ବିରୁଦ୍ଧରେ ଲଢ଼ିବାକୁ ହେବ । ବଡ ଦଳଗୁଡିକରେ ପ୍ରଚୁର ଅର୍ଥ ଏବଂ ସମ୍ବଳ ରହିଛି, ତଥାପି ପରିବର୍ତ୍ତନ ଆଣିବା ପାଇଁ ଆମକୁ ଏକଜୁଟ ହୋଇ ଉଦ୍ୟମ କରିବାକୁ ପଡିବ ।

Leave A Reply

Your email address will not be published.

5 × three =