
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ମେଳା କୁଇବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଉଦଘାଟନୀ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ଗୌତମ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ଜଗବନ୍ଧୁ ମାଝୀ, ମାନ୍ଦଲା ସିଆର୍ସିସି ଧନସିଂ ମାଝୀ, ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ସୁନା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ହିଆଁଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମଞ୍ଚ ପରିଚାଳନା କରିଥିଲେ । ସର୍ବପ୍ରଥମେ ବାଗଦେବୀଙ୍କ ଫଟୋଚିତ୍ରରେ ଧୂପଦୀପ ଅର୍ପଣ କରି ମେଳାକୁ ଶୁଭାରମ୍ଭ କରାଯାଇଥିଲା । ଜାତୀୟ ଶିକ୍ଷାନୀତି ୨୦୨୦ ଓ ନିପୁଣ ଭାରତକୁ ସଫଳତାର ପାହଚରେ ପହଞ୍ଚେଇବାକୁ ହେଲେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷଣ ପ୍ରକ୍ରିୟାରେ ଶିକ୍ଷଣ ଉପକରଣ ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବ୍ଳକର ଏଗାରଗୋଟି କ୍ଲଷ୍ଟରରୁ ପ୍ରଥମ ସ୍ଥାନ ପାଇଥିବା ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରକଳ୍ପକୁ ଛାତ୍ରଛାତ୍ରୀମାନେ ମେଳାରେ ପ୍ରଦର୍ଶିତ କରିଥିଲେ । ବିଚାରପତି ଭାବରେ ଶିକ୍ଷକ ରବୀନ୍ଦ୍ର ରଥ, ଜଗମୋହନ ସେଠୀ, ମମତା ପଣ୍ଡା, ଦୀପ୍ତୀବାଳା ବେହେରା ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ । ସାକ୍ଷରତା ପ୍ରକଳ୍ପରୁ ମାଲପାମୁଣ୍ଡା ବିଦ୍ୟାଳୟର ଛାତ୍ରୀ ବର୍ଷା ବାଗ ପ୍ରଥମ, ଭରତ ପନିକା ସାଲେପଡା ଦ୍ୱିତୀୟ, ଗୁଣନିଧି ସଗ୍ରିଆ ଘୁନେସ ତୃତୀୟ ଓ ସଂଖ୍ୟାଜ୍ଞାନ ପ୍ରକଳ୍ପରୁ ସୁପ୍ରିୟା ମାଝୀ ପ୍ରଥମ, ଗୀତିକା ଭୋଇ ଦ୍ୱିତୀୟ, ମମତା ମେହେର ତୃତୀୟ ସ୍ଥାନ ଅଧିକାର କରିଥିବାରୁ ସେମାନଙ୍କୁ ପୁରସ୍କାର ସ୍ୱରୂପ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ମେଳାକୁ ସଫଳ କରିବାରେ ସିଆର୍ସିସି ପ୍ରେମରାଜ ପାଣିଗ୍ରାହୀ, ମୋହନ ବରିହା, କୃତିବାସ ବରିହା, ଗଜୟ ଦାଶ, ଅନୁପ ଦାସ, ଗଜିନ୍ଦ୍ର ହରିଜନ, ଗୁରୁପ୍ରସାଦ ଛତ୍ରିଆ, ଅମରକାନ୍ତ ବେହେରା, ମୃତ୍ୟୁଞ୍ଜୟ ପ୍ରଧାନ, ବିଶ୍ୱଜିତ ଆଚାର୍ଯ୍ୟ, ବିକାଶ ନାଥ, ବୈଷ୍ଣବ ବେହେରା, ବୁଧୁ ବର୍ଗେ, ପ୍ରଶାନ୍ତ ମହାପାତ୍ର, ସଞ୍ଜୟ ଖୁରା, ଅପୁ କୁମାର ଭୋଇ, ତାରା ପ୍ରଧାନ, ଘନଶ୍ୟାମ ଭୋଇ, ଅରୁଣ ସାହୁ, ପରମାନନ୍ଦ ସୁନା ପ୍ରମୁଖ ସହଯୋଗ କରିଥିଲେ ।