csstore

ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ମେଡିକାଲ୍‌ ଚେକ୍ଅପ୍‌ର ଆୟୋଜନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍ ଦ୍ଵାରା ସେକ୍ଟର୍‌ ୧୬ ଡିଏଭି ପବ୍ଲିକ୍‌ ସ୍କୁଲ୍‌ରରେ ଏକ ମେଡିକାଲ୍ ଚେକ୍ଅପ୍‌ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଡିଏଭି ପ୍ରିନ୍ସିପାଲ୍‌ ଯଶବିନ୍ଦର କୌର ପିଲାଙ୍କ ସ୍ୱାସ୍ଥ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ସ୍କୁଲ୍‌ର ପାଖାପାଖି ୫୦୦ରୁ ଅଧିକ ପିଲା ଶିବିରରକୁ ଆସି ଚିକିତ୍ସା ଲାଭ କରିଥିଲେ । ହାଇଟେକ୍ ହସ୍ପିଟାଲ୍‌ର ଡକ୍ଟର ଲଲାଟେନ୍ଦୁ ଆଚାର୍ଯ୍ୟ, ଡକ୍ଟର ଚିନ୍ମୟ ସାହୁ, ଗୀତାଞ୍ଜଳି ଆଚାର୍ଯ୍ୟ ଓ ରାଉରକେଲା ସରକାରୀ ହସ୍ପିଟାଲ୍‌ର ଡକ୍ଟର ପୂଜା ପତି ଓ ଡକ୍ଟର ଆଚଲ କୋଠରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ କରାଯାଇଥିଲା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରୀ ପରାମର୍ଶ କରାଯାଇଥିଲା । ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍‌ର ଚେୟାର୍‌ମେନ୍ ବିଜୟା ନନ୍ଦ ସୁନ୍ଦରାୟ ଓ ରାକେଶ ପ୍ରଧାନଙ୍କ ନିର୍ଦ୍ଦେଶନାରେ ହେଲ୍‌ଥ୍‌କ୍ୟାମ୍ପ୍‌ଟି ପରିଚାଳିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଦ ହ୍ୟୁମାନିଟି ସେବା ଫାଉଣ୍ଡେସନ୍‌ ପ୍ରେସିଡେଣ୍ଟ୍‌ ଦୀପ୍ତି ସୁନ୍ଦରାୟ, ପ୍ରିୟଙ୍କା ପାଣି, ରଶ୍ମିତା ମଲ୍ଲିକ, ଗରିମା ପତ୍ରୀ, କାମିନୀ ମହତ୍, ତାରା କ୍ରିଷ୍ଣା ମୂର୍ତ୍ତି, ସୁସୁମା ରାଜପୁତ, ସ୍ୱାସତି ରାୟ, ରାହୁଲ ରାୟ, କିସାନ ମହାରଣା, ଆମ୍ରିତ୍ ନୀଲମ, ଗ୍ରେସି ଡେଭିଡ, କାର୍ତ୍ତିକ ରାଉତ, ଶଶି ଲତା ହୋତା, ନାମିତ ନାୟକ, ସୋଫିୟ ପରୱିନ, ସୁରେଶ ଶର୍ମା ଓ ଗୁରିନ୍ଦର ସିଂ, ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତା ପୂର୍ବକ ସମ୍ପନ୍ନ ହୋଇଥିଲା । ସ୍କୁଲର କିଛି ମୁଖ୍ୟ ପିଲା ଭଲେଣ୍ଟିଅର୍‌ର ଭୂମିକା ଗ୍ରହଣ କରିଥିଲେ ସେମାନେ ହେଲେ ଅର୍‌ନେଶ, ଆକାଂକ୍ଷା,ଆଦର୍ଶ, ଶୁଭ୍ରଦୀପ, ସତ୍ୟମ ସ୍କୁଲର ପ୍ରିନ୍ସିପାଲ୍‌ ଯଶବିନ୍ଦର କୌର କାର୍ଯ୍ୟକର୍ମରେ ବହୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.