pakka

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା : ସ୍କୁଲ ପରିସରରେ ମାଟି ଖୋଳି ତଦନ୍ତ ଚଳାଇଛି ପୋଲିସ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ମମିତାଙ୍କୁ ମାରି ମହାଲିଙ୍ଗ ନୋଡାଲ ହାଇସ୍କୁଲ ପଡ଼ିଆରେ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ପୁରା ଅଞ୍ଚଳକୁ କବଜାକୁ ନେଇଛି । ତେବେ ସନସାଇନ ପବ୍ଲିକ ସ୍କୁଲରୁ ନୋଡାଲ ହାଇସ୍କୁଲ ମାତ୍ର ଦେଢ କିଲୋମିଟର । ସେଠାରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଗତକାଲି ରାତିରୁ ବରିଷ୍ଠ ପୋଲିସ ଅଧିକାରୀ, ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଓ କେଗାଁ ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି । ପୋଲିସ ନିର୍ମାଣାଧୀନ ଖେଳ ପଡ଼ିଆକୁ ତନ୍ନତନ୍ନ କରି ଯାଞ୍ଚ କରିଥିବା ବେଳେ ଷ୍ଟାଡିଅମ ପରିସରରେ ଜେସିବି ଦ୍ୱାରା ମାଟି ଖୋଳା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

two × three =