pakka

ନୂଆ ଜର୍ସିରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ କ୍ରିକେଟ ଦଳ

ମୁମ୍ବାଇ : ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଲାଗି ଭାରତୀୟ କ୍ରିକେଟ୍ ଦଳର ନୂଆ ଜର୍ସି ଉନ୍ମୋଚିତ ହୋଇଛି । ନୂଆ ଜର୍ସିକୁ ‘ବିଲିୟନ୍ ଚିୟର୍ସ ଜର୍ସି’ ଭାବେ ନାମିତ କରାଯାଇଛି । ଏହି ନୂଆ ଜର୍ସିରେ ଭାରତ ପ୍ରଥମ ଅଭ୍ୟାସ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଖେଳି ବିଜୟରୁ ଅଭିଯାନ ଆରମ୍ଭ କରିଛି । ପ୍ରଶଂସକଙ୍କୁ ପ୍ରେରଣାର ସ୍ରୋତ ଭାବେ ନେଇ ପ୍ରସ୍ତୁତ କରାଯାଇଥିବା ଏହି ଜର୍ସିକୁ ଭାରତୀୟ ବରିଷ୍ଠ, କନିଷ୍ଠ ଓ ମହିଳା ଦଳର ଉପକରଣ ପ୍ରାୟୋଜକ ଏମ୍‌ପିଏଲ୍ ସ୍ପୋର୍ଟସ ଉନ୍ମୋଚନ କରିଛି । ପ୍ରଥମ ଥର ପାଇଁ ଭାରତୀୟ ଜର୍ସିରେ ପ୍ରଶଂସକଙ୍କୁ ପ୍ରାଧାନ୍ୟ ମିଳିଛି । ଏମ୍‌ପିଏଲ୍ ସ୍ପୋର୍ଟସ ପକ୍ଷରୁ ଏନେଇ କୁହାଯାଇଛି ଯେ ଭାରତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ପ୍ରଶଂସକମାନେ ଜର୍ସିରେ ସ୍ଥାନ ପାଇଛନ୍ତି । ଅତୀତର ସ୍ମରଣୀୟ ମ୍ୟାଚ୍‌ଗୁଡ଼ିକରେ ସେମାନେ ଦେଉଥିବା ସ୍ଲୋଗାନ ଓ ଖେଳାଳିଙ୍କୁ ଉତ୍ସାହିତ କରିବାର ଭାବନାକୁ ନୂଆ ଜର୍ସିରେ ରଖାଯାଇଛି । ଯାହାକୁ ନିଆରା ବାଲୁକା ତରଙ୍ଗ ଢାଞ୍ଚାରେ ରୂପାନ୍ତର କରାଯାଇଛି । ଜର୍ସିରେ ପ୍ରୁସିଆନ୍ ବ୍ଲୁ ଓ ରୟାଲ ବ୍ଲୁର ସେଡ୍ ରହିଛି ।

Leave A Reply

Your email address will not be published.

twenty + twenty =