ମାଠିଆ ମେଣ୍ଟାଉଛି ଶୋଷ : ବୌଦ୍ଧରେ ଚାହିଦା ବେଶୀ

ବୌଦ୍ଧ, (ମମତା ମହାକୁର) : ଆଧୁନିକ ତାର ଛାପରେ ବି ଅଧିକାଂଶ ଲୋକ ସେହି ପୁରାତନ ସମୟରେ ବ୍ୟବହୃତ ମାଠିଆ ଆଜିବି ତାର ବେଶ ଚାହିଦା ରଖିପାରିଛି । ବୌଦ୍ଧ ଜିଲ୍ଲାରର ଗାଁଠୁ ସହର ସବୁଠି ଏବେ ଖରା ତାତିକୁ ବେଶ ମାଠିଆର ବିକ୍ରି ହୋଇପାରୁଛି । ଯାହା ଫଳରେ ମାଠିଆ କାରିଗର ତଥା କୁମ୍ଭାର ସମ୍ପ୍ରଦାୟର ଲୋକ ବେଶ ଦୁଇପଇସା ରୋଜଗାର କରି ପେଟ ପୋଷି ପାରୁଛନ୍ତି । ଏହି ମାଠିଆ ଗାଁ, ଗାଁ ବୁଲି ବିକୁଥିବା ବେଳେ ବୌଦ୍ଧର ବିଭିନ୍ନ ସାପ୍ତାହିକ ବଜାର ଦହ୍ୟା, ପଲସଗୋରା, କଣ୍ଟାମାଲ, ଘଣ୍ଟାପଡା, ବରଗାଁ ଆଦି ବଜାରରେ ବହୁ ପରିମାଣରେ କିଣାବିକା ହୁଏ ।

Leave A Reply

Your email address will not be published.