oom

ଆରମ୍ଭ ହେଲା ସର୍ବଭାରତୀୟସ୍ତରୀୟ ପଞ୍ଚଦଶତମ ମଠଖାଇ ମହୋତ୍ସବ-୨୦୨୪

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳା ମଣ୍ଡଳ ମଂଚରେ ଆଜି ସଂଧ୍ୟାରେ ଆରମ୍ଭ ହୋଇଯାଇଛି ସର୍ବଭାରତୀୟ ସ୍ତରୀୟ ପଞ୍ଚଦଶତମ ମଠଖାଇ ମହୋତ୍ସବ-୨୦୨୪ । ୫ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ନାଟ୍ୟ ମହୋତ୍ସବ ପାଇଁ ଆଜି ସକାଳୁ ବଲାଙ୍ଗିର ନିକଟସ୍ଥ ସିନଖମନ୍‌ ସ୍ଥିତ ମଠଖାଇ ମନ୍ଦିରରୁ ନାଟ୍ୟଦୀପ ଆସିବା ପରେ କୋଶଳ କଳା ମଣ୍ଡଳ ମଂଚରେ ଏହା ସଂସ୍ଥାପନ ହେବା ପରେ ମହୋତ୍ସବ ଆରମ୍ଭ ଘୋଷଣା କରିଥିଲେ ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର । ଏହା ପରେ କୋଶଳ କଳା ମଣ୍ଡଳରୁ ଏକ ସାଂସ୍କୃତିକ ବାଇକ୍‌ ରାଲି ବାହାରି ସହର ପରିକ୍ରମା କରିଥିଲା । ଆଜି ମଠଖାଇ ମହୋତ୍ସବ-୨୦୨୪ର ପ୍ରଥମ ସଂଧ୍ୟାରେ ପ୍ରଥମେ ଢୋଲମହୁରି କଳା ପରିଷଦର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ବଲପୁରୀ ନୃତ୍ୟ ପରିବେଷଣ ପରେ ସଭା ଆରମ୍ଭ ହୋଇଥିଲା । ଆଜିର ସଭାରେ ମଂଚାରୁଢ଼ ଥିଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଡା.ଦତ୍ତେଶ୍ୱର ହୋତା, ପୁରୁଖା ମଂଚ ଅଭିନେତା ତଥା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର, ମହୋତ୍ସବ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ଭୂମିକା ତଥା ମଠଖାଇ ମହୋତ୍ସବ କମିଟିର ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି । ଆଜିର ମଂଚ ନାଟ୍ୟପ୍ରାଣ ସ୍ୱର୍ଗତ ନବୀନ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ସମାଜସେବୀ ମଦନମୋହନ ରଥଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଛି । ସଭା ପରେ ଆରମ୍ଭ ହୋଇଛି କୋଶଲୀ ନାଟକ ‘ମଧୁ ବିଦ୍ୟା’ । ନୂଆପଡ଼ା ଜିଲ୍ଲା ବୋଡେ଼ନର ଜ୍ଞାନୋଦୟ ନାଟ୍ୟ ଅନୁଷ୍ଠାନ ଦ୍ୱାରା ଏହି ନାଟକ ପରିବେଷଣ ହୋଇଥିବା ବେଳେ ଏହାକୁ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର କେଶରଂଜନ ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରବିରଂଜନ ପ୍ରଧାନ ।

jittmm
Leave A Reply

Your email address will not be published.