csstore

କୋଶଲୀ କ୍ଷୁଦ୍ର ଚଳଚ୍ଚିତ୍ର ‘ମାଷ୍ଟରମାନେ ଖୁସିତ’ ଉନ୍ମୋଚିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୋଶଲୀ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ମାଷ୍ଟରମାନେ ଖୁସିତ ଗଣେଶ ଚତୁର୍ଥୀ ଦିନ ଉନ୍ମୋଚିତ ହୋଇଯାଇଛି । ଏସ୍‌ କେ ପ୍ରେଜେଣ୍ଟସ ଆନୁକୂଲ୍ୟରେ ସ୍ୱର୍ଗତ ଅବଧାନ ତାଣ୍ଡୀଙ୍କ ସ୍ମୃତିରେ ବର୍ତ୍ତମାନ ସମୟରେ ଗଣ ଶିକ୍ଷକ ତଥା ବିଭିନ୍ନ ବର୍ଗର ଶିକ୍ଷକ ମାନଙ୍କ ଦୟନୀୟ ପରିସ୍ଥିତି ଉପରେ ଆଧାରିତ ଚଳଚ୍ଚିତ୍ରରେ ବିଭୂତି ଭୁଷଣ ତାଣ୍ଡୀ, ପିଙ୍କି ଖର୍ସେଲ, ବିରଞ୍ଚି ନାରାୟଣ ଦାଶ, ଥମିର ଛତ୍ରିଆ, ତପିଦାସ ପନିକା, କାନ୍ତି ପନିକା, ଚନ୍ଦ୍ରଶେଖର ଭୋଲୁ ଓ ବିଷ୍ଣୁ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟିକୁ ସରସ ସୁନ୍ଦର କରିବା ପାଇଁ ବାବୁ ବାଗ, ନିର୍ଦ୍ଦେଶନା, ଭୋଲୁଭାଇ କେମେରା, ଶୋଭିତ ତାଣ୍ଡୀ ଗୀତ ରଚନା, ବିଭୂତି ଭୁଷଣ ତାଣ୍ଡୀ ପରିକଳ୍ପନା ଓ ରଚନା, ଅଜିତ ପାଣିଗ୍ରାହୀ କଣ୍ଠଦାନ, ହିତେଶ୍ୱର ବେହେରା ଏଡିଟିଙ୍ଗ କରିବା ସହିତ ଦିଗାମ୍ବର ସୁନା ପ୍ରଛଦ୍ଦପଟ୍ଟ ତିଆରି କରିଛନ୍ତି । ଏହି ଚଳଚ୍ଚିତ୍ରଟିକୁ ଏସ କେ ପ୍ରେଜେଣ୍ଟସ ୟୁଟ୍ୟୁବ ଚେନେଲରେ ଛାଡିବା ମାତ୍ରେ ଦୁଇହଜାରରୁ ଅଧିକ ଦର୍ଶକ ପସନ୍ଦ କରିସାରିଲେଣି । ଏହା ଦର୍ଶକ ମହଲରେ ଆଦୃତି ଲାଭ କରିବ ବୋଲି ଦର୍ଶକବୃନ୍ଦ ଆଶା ପ୍ରକଟ କରିଛନ୍ତି ।

jayashree
Leave A Reply

Your email address will not be published.