ଭାରତ ବନ୍ଦକୁ ସମର୍ଥନ ପାଇଁ ଏସୟୁସିଆଇ(ସି) ଏବଂ ଏଆଇଡିଏସ୍‌ଓ ପକ୍ଷରୁ ମଶାଲ୍‌ ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶର ୧୦ଟି ଶ୍ରମିକ ସଂଗଠନ ଏବଂ ଫେଡେରେସନ୍‌ଙ୍କ ମିଳିତ ଉଦ୍ୟମରେ ଭାରତ ବନ୍ଦକୁ ସର୍ମଥନ ପାଇଁ ଏସ୍‌ୟୁସିଆଇ(ସି) ଏବଂ ଏଆଇଡିଏସ୍‌ଓ ପକ୍ଷରୁ ଆଜି ସନ୍ଧ୍ୟାରେ ବଲାଙ୍ଗିର ଟାଉନ ଭିତରେ ମଶାଲ୍‌ ରାଲି କରାଯାଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଶ୍ରମକୋଡ୍‌, କୃଷକ ବିରୋଧୀ କୃଷି ଆଇନ୍‌, ଶିକ୍ଷା ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି-୨୦୨୦, ରେଳ ଓ ଏନ୍‌ ଟସପିସି ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟ ଉଦ୍ୟୋଗର ଘରୋଇକରଣ, ଅତ୍ୟାବଶ୍ୟାକ ସାମଗ୍ରୀର ଦରବୃଦ୍ଧି ବିରୁଦ୍ଧରେ ଏବଂ ସମସ୍ତ ଶ୍ରମିକ କର୍ମଚାରୀଙ୍କୁ ପୂର୍ବ ପ୍ରଚଳିତ ପେନ୍‌ସନ୍‌ ପ୍ରଦାନ ପ୍ରଭୃତି ଦାବୀରେ ଦେଶବ୍ୟାପୀ ଧର୍ମଘଟ ତଥା ବନ୍ଦ ପାଳନକୁ ସମର୍ଥନ କରାଯିବା ନେଇ ଆଜି ଏହି ମଶାଲ୍‌ ରାଲି କରାଯାଇଥିବା କୁହାଯାଇଛି । ଏହି ରାଲିରେ ଏଆଇଡିଏସଓର ଜିଲ୍ଳା ସମ୍ପାଦକ ସୁନୀଲ ଭୋଇ, ହୃଦାନନ୍ଦ କରୁଆଁ, ତାପସ ବେହେରା, ଚନ୍ଦ୍ରକାନ୍ତୀ ସାହୁ, ଖଗେଶ୍ୱର ମହାନନ୍ଦ, ମଦୁସୁଦନ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.