ଆଗଲପୁର-ସାଲେଭଟା ରାସ୍ତା ପାଲଟିଛି ମରଣ ଯନ୍ତା

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ଠାରୁ ସାଲେଭଟା ୨୬ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିଥିବା ରାସ୍ତାକୁ ମରାମତି କରାଯାଉନାହିଁ । ଉକ୍ତ ରାସ୍ତା ଦେଇ ହଜାର ହଜାର ଲୋକେ ବ୍ଲକ କାର୍ୟ୍ୟାଳୟ, ତହସିଲ କାର୍ୟ୍ୟାଳୟ. ବ୍ୟାଙ୍କ ତଥା ଛାତ୍ରଛାତ୍ରୀ ମାନେ ସ୍କୁଲ କଲେଜ ଯିବା ଆସିବା କରୁଥିବା ବେଳେ ବାରମ୍ବାର ଛୋଟ ବଡ ଦୁର୍ଘଟଣା ଘଟୁଛି । ଏହି ରାସ୍ତା ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏହି ରାସ୍ତାକୁ ୨୦୧୪ ମସିହା ଠାରୁ ବଲାଙ୍ଗିର ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ୬ବର୍ଷ ବିତିଯାଇଥିଲେ ମଧ୍ୟ ପୂର୍ତ୍ତ ବିଭାଗ ରାସ୍ତାକୁ ଗ୍ରହଣ କରୁନାହାନ୍ତି । ଏ ବିଷୟରେ ଆଗଲପୁର ନାଗରିକ କମିଟି ଚନ୍ଦ୍ରଶେଖର ସାହିତ୍ୟ ସଂଘର କର୍ମ କର୍ତ୍ତାମାନେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆଙ୍କୁ ସାକ୍ଷାତକରି ଆଲୋଚନା କରିଥିଲେ । ଏହା ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପଠାଇଥିଲେ । ଏହାସ୍ୱତେ ରାସ୍ତା ମରାମତି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଏହି ରାସ୍ତା ଶୋଚନୀୟ ହୋଇପଡିଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ରାସ୍ତା ମରାମତି ନେଇ କୌଣସି ପଦକ୍ଷେପ ଗ୍ରହନ କଲେ ଜୋରଦାର ଆନ୍ଦୋଳନ କରିବାକୁ ଅଂଚଳବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.