om academy

ଜୁନାନିବାହାଲ ଗାଁରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ : ଜଣେ ମାଓବାଦୀ ନିହତ, ପୋଲିସର ସର୍ଚ୍ଚ ଅପରେସନ ଜାରି

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଜୁନାନିବାହାଲ ଗାଁରେ ଗତକାଲି ସନ୍ଧ୍ୟାରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଜଣେ ମାଓବାଦୀ ପୋଲିସ ଗୁଳିରେ ନିହତ ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ କିଛିଦିନ ହେଲା ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ପୋଲିସ ପାଖରେ ସୂଚନା ଥିବା ବେଳେ କିଛିଦିନ ହେଲା କମ୍ବିଂ ଅପରେସନ ଜାରି ରହିଥିଲା । ଗତକାଲି ସନ୍ଧ୍ୟାରେ ଜୁନାନିବାହାଲ ଗାଁରେ ମାଓବାଦୀର ଉପସ୍ଥିତି ପୋଲିସ କୌଣସି ସୂତ୍ରରୁ ଜାଣି ଡିଭିଏପ ଓ ଏସଓଜି ଅପରେସନ ଆରମ୍ଭ କରିଥିଲେ । ଏଥିରେ ଜଣକ ଘରେ କିଛି ମାଓବାଦୀ ରହି ପୋଲିସ ଉପରକୁ ଅତର୍କିତ ଗୁଳି ଚାଳନା କରିଥିବା ବେଳେ ପୋଲିସ ଜବାବରେ ଗୁଳି ଚାଳନା କରିଥିଲା । ଏଥିରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟ କେତେକ ଖସି ଯିବାକୁ ସକ୍ଷମ ହୋଇଥିଲେ । ମୃତ ଦେହ ନିକଟରୁ ଏକ ବନ୍ଧୁକ ଜବତ କରିଥିବା ବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ନେଇଥିବା ଜଣାଯାଇଛି । ଘଟଣା ପରେ ଜୁନାନିବାହାଲ ଗାଁ ଚାରିପଟେ ସି.ଆର.ପି.ଏଫ ଏବଂ ପୋଲିସ ଘେରି ରହିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି । ଯେଉଁ ଘରେ ମାଓବାଦୀ ଥିଲେ ସେହି ପରିବାରକୁ ପୋଲିସ ପଚରା ଉଚୁରା କରୁଥିବା ବେଳେ ଗଣମାଧ୍ୟମ ସମ୍ମୁଖରେ କିଛି କହିବାକୁ ପୋଲିସ ମନାକରି ଦେଇଛି ।

Leave A Reply

Your email address will not be published.