om academy

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନବକିଶୋର ଦଳ ବିଜୟୀ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଚତୁର୍ଥ ଦିନରେ ନବକିଶୋର ଦଳ ଓ ଗାନ୍ଧିନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ପ୍ରଥମେ ଗାନ୍ଧିନଗର ଦଳ ପ୍ରଥମେ ବ୍ୟାଟିଂ କରି ନିଷ୍ପତି ନେଇ ୩୨ ଓଭରରେ ସମସ୍ତ ଉଇକେଟ ହରାଇ ସମୁଦାୟ ୧୨୩ ରନ୍‌ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସୁମନ ନନ୍ଦ ୨୩ ରନ ଓ ଅଭିଜିତ ସିଂହଦେଓ ୧୩ ରନ୍‌ ସଂଗ୍ରହର କରିଥିଲେ । ନବକିଶୋର ଦଳ ତରଫରୁ ସଫଳ ବୋଲର ଭାବେ ଓମ୍‌ ସାହୁ ୩ଗୋଟି ଓ ଓମ୍‌କାର ମହାନ୍ତି ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଯବାବରେ ନବକିଶୋର ଦଳ ୧୫.୪ ଓଭରରେ ୨ ଇଇକେଟ ବିନିମୟରେ ଆବଶ୍ୟକୀୟ ୧୨୪ ରନ୍‌ ସଂଗ୍ରହ କରି ୮ ଉଇକେଟରେ ବିଜୟ ଲାଭ କରିଥିଲେ । ନବକିଶୋର ଦଳ ତରଫରୁ ବାବୁଲି ସେଠି ୫୪ ରନ୍‌ ଓ ଦେବାଶୁଂ ରାୟଗୁରୁ ଅପରାଜିତ ୪୪ ରନ୍‌ ସଂଗ୍ରହ କରିଥିଲେ । ଗାନ୍ଧିନଗର ତରଫରୁ ସୁଭମ ନନ୍ଦ ଓ ଆଶିଷ ଖମାରୀ ଉଭୟ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ଦୁଇଟି ମ୍ୟାଚକୁ ଓସିଏ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର, ରାଜେନ୍ଦ୍ର ସେଠ୍‌ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଭାବରେ ସ୍ୱାଗତ ଶୁଭଙ୍କର ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତାକାଲି ଟିଟିଲାଗଡ ଓ ବଲାଙ୍ଗିର ଏଫ୍‌ସିସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।

Leave A Reply

Your email address will not be published.