jsm

ସକାଳସାଥୀର ପଂଚମ ସ୍ୱନକ୍ଷତ୍ର ପାଳନ ଅବସରରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ରାଜିବ ଷଡଙ୍ଗୀ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ଅଗ୍ରଣୀ ତଥା ନିର୍ଭିକ ଓଡିଆ ଦୈନିକ ଖବର କାଗଜ ‘ସକାଳସାଥୀ’ର ପଂଚମ ସ୍ୱନକ୍ଷତ୍ର ଉତ୍ସବ ପାଳନ ଅବସରରେ ଆୟୋଜିତ ଉତ୍ସବରେ କଟକ ସ୍ଥିତ ଶତାବ୍ଦି ଭବନଠାରେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ରାଜୀବ ଷଡଙ୍ଗୀଙ୍କୁ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ନାରଦ ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଲ, ବରେଣ୍ୟ ଅତିଥି ଭାବେ ଶୈଳବାଳା ମହାବିଦ୍ୟାଳୟର ପ୍ରଫେସର ଚିତ୍ତ ରଂଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଭାରତ ମସଲାର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ଡଃ. ଦିପାୟନ ପଟ୍ଟନାୟକ ସାଧାରଣ ସଂପାଦକ ଉଖୁନା ଓଡିଶା ଓ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ନଳିନୀ ରାୟ, ସକାଳସାଥୀର ମୁଖ୍ୟ ସଂପାଦକ ପ୍ରସନ୍ନ ଦାଶ ପ୍ରମୁଖ ଯୋଗଦେଇ ‘ସମାଜ ପରିବର୍ତ୍ତନରେ ସମ୍ବାଦପତ୍ରର ଭୂମିକା’ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ବଲାଙ୍ଗିର ଜିଲ୍ଲାର ସାମ୍ବାଦିକ, ବୁଦ୍ଧିଜୀବୀ, ପିଆର ହାଇସ୍କୁଲ ୧୯୮୩ ବ୍ୟାଚର ବନ୍ଧୁମାନେ ଶ୍ରୀ ଷଡଙ୍ଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.