pakka

ସୀମାନ୍ତ କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ଜଣେ ଯବାନ ସହିଦ, ୧ ମାଓବାଦୀ ନିହତ

bbehera

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । କାଙ୍କେର ଜିଲ୍ଲାର ଛୋଟେ ବେଟିୟା ଥାନା ଅନ୍ତର୍ଗତ ହିନ୍ଦୁଲ ଜଙ୍ଗଲରେ ୪୦ରୁ ୫୦ ଜଣ ମାଓବାଦୀ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଥିଲେ । ଏନେଇ ପୋଲିସର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ କାଙ୍କେର ପୋଲିସର ଡିଆରଜି ବାହିନୀ, ବସ୍ତର ଫାଇଟର ଓ ବିଏସ୍‌ଏଫ୍‌ ବାହିନୀର ଯବାନମାନେ ମିଳିତ ଭାବେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ତେବେ ଉଭୟ ପକ୍ଷରୁ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହୋଇଥିବା ବେଳେ ଘଟଣାସ୍ଥଳରେ ଜଣେ ହାର୍ଡକୋର ମାଓ ନେତା ପ୍ରାଣ ହରାଇଛନ୍ତି । ସେମାନ ନିକଟରୁ ଗୋଟିଏ ଏକେ ୪୭ ବନ୍ଧୁକ ମିଳିଥିବା ବେଳେ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ନିହତ ମାଓବାଦୀ ହେଉଛନ୍ତି ପରତାପୁର ଏରିଆ କମାଣ୍ଡର ନାଗେଶ । ତାଙ୍କ ମୁଣ୍ଡ ଉପରେ ପୁର୍ବରୁ ଛତିଶଗଡ ସରକାର ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ଏହି ଘଟଣାରେ ଜଣେ ଜବାନ ସହିଦ ହୋଇଛନ୍ତି । ସହିଦ ଜବାନ ହେଉଛନ୍ତି ବସ୍ତର ଫାଇଟରସର ରମେଶ କୁରେଠି । ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି କାଙ୍କେର ଅତିରିକ୍ତ ଏସ୍‌ପି ।

jay balangir
Leave A Reply

Your email address will not be published.

11 + ten =