ପାଟଦର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ନୂଆପଡ଼ା, (ନିରାକାର ମେହେର) : ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପାଟଦର୍ହା ଜଙ୍ଗଲ ଭିତରେ ଏକ ମାଓ କ୍ୟାମ୍ପ ଥିବା ନେଇ ନୂଆପଡ଼ା ପୋଲିସ ଖବର ପାଇବା ପରେ ଗତ ୨୩ ତାରିଖ ଦିନ ଏସଓଜି, ଡିଭିଏଫ୍ ଓ ସିଆରପିଏଫ୍ ଟିମ୍ ପକ୍ଷରୁ କୁମ୍ଵିଂ ଅପରେସନ୍ କରାଯାଇଥିଲା । ଏହି ସମୟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷା ବାହିନୀର ମୁକାବିଲା କରିନପାରି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କ୍ୟାମ୍ପରୁ ଗୋଟିଏ ଆଇଡି, ୩ଟି ଡେଟୋନେଟର, ମାଓ ପୋଷାକ, ଔଷଧ ସହ ରୋଷେଇ ସାମଗ୍ରୀ ଜବତ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସ୍‌ପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

5 × two =