ପାନୀୟ ଜଳର ମାନ ପରୀକ୍ଷଣ ଶିବିର

ଲୋଇସିଂହା, (କେପିଏନଏସ): ଲୋଇସିଂହା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳର ଗୁଣବତ୍ତା ଓ ମାନ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରସାଦ ସାମନ୍ତରାୟଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିର ପ୍ରକାଶଚନ୍ଦ୍ର ଦାସ, ନନ୍ଦଲାଲ କରନ, ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ ହାତପମ୍ପ କାରିଗର ଓ ମହିଳା ଏସଏଚଜି ର ସଦସ୍ୟା ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏଥିରେ ଏସିଏମ ଦିଲୀପ ଥନାପତି, ବବିତା ନେଗୀ, ଭୋଳାଶଙ୍କର ସାହୁ ପ୍ରମୁଖ ଜଳର ମାନ ପରୀକ୍ଷଣ କରିଥିବା ବେଳେ ହୃଷିକେଶ ବାରିକ, ଗୋପାଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.