ଯୁବ ମୁହୁରୀ ବାଦକଙ୍କୁ ମିଳିଲା ଜୁନିୟର ଫେଲୋସିପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟବର୍ତ୍ତୀ ଧୂମାବେର୍ଣ୍ଣା ଗ୍ରାମର ଯୁବ ମୁହୁରୀ ବାଦକ ସୁଦାମ ମହାନନ୍ଦଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜୁନିୟର ଫେଲୋସିପ ପ୍ରଦାନ କରାଯାଇଛି । କୌଳିକ ବୃତ୍ତି ତଥା ପୂର୍ବପୁରୁଷଙ୍କ ପାରମ୍ପରିକ ବାଦ୍ୟ ଆଧାରରେ ସେ ଛୋଟ ବେଳୁ ମୁହୁରୀ ବଜାଇ ଆସୁଛନ୍ତି । ଦୁଇବର୍ଷ ଧରି ସେ ମୁହୁରି ବାଦ୍ୟ ଓ ବାଦନ ଶୈଳୀ ଉପରେ ଗବେଷଣା କରିବେ । ତାଙ୍କର ଏ ସଫଳତା ପାଇଁ ବିଭିନ୍ନ ଦିଗରୁ ଅଭିନନ୍ଦନ ବାର୍ତ୍ତା ଛୁଟି ଆସିବା ସଙ୍ଗେ ସଙ୍ଗେ ପଦ୍ମପୁରର କଳା ଓ କଳାକାର ସର୍ବଶ୍ରୀ କେଶରଞ୍ଜନ ପ୍ରଧାନ, ଅଶୋକ କୁମାର ବହିଦାର, ସୁରେନ୍ଦ୍ର ସାହୁ, ରମେଶ ଗୁର୍ଲା ଏବଂ ଗୋପବନ୍ଧୁ ଶିକା ତାଙ୍କ ସଫଳତା ପାଇଁ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

seventeen − 1 =