ଉତ୍ପଳା କିଙ୍ଗ ଚମ୍ପିୟାନ, ଗୋପୀନାଥ ରିଟର୍ନ୍ସ ରନର୍ସ : ପ୍ରହରାଜପୁର ପ୍ରିମିଅର ଲିଗ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପ୍ରହରାଜପୁର ମିନି ଷ୍ଟାଡିୟମ୍ରେ ରବିବାର ଛଅଟି ଦଳକୁ ନେଇ ପ୍ରହରାଜପୁର ପ୍ରିମିଅର ଲିଗ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ନେତା ରାଧାମୋହନ ମୁଖ୍ୟ ଅତିଥି ରୂପେ, ସମ୍ମାନୀୟ ଅତିଥି ଭାବେ ଉଦୟପୁର୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ବେହେରା, ଗୋପକୃଷ୍ଣ ମହାପାତ୍ର, ଚକ୍ରଧର ମହାପାତ୍ର, ବାନାମ୍ବର ଏମଇ ସ୍କୁଲ ଶିକ୍ଷକ ଯୋଗ ଦେଇଥିଲେ । ଆଜିର ଫାଇନାଲ ମ୍ୟାଚରେ ଉତ୍ପଳା କିଙ୍ଗ ଭର୍ସେସ ଗୋପିନାଥ ରିଟର୍ନ୍ସ ସହ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ପଳା କିଙ୍ଗ ପ୍ରଥମେ ବ୍ୟାଟିଂ କରି ୧୨୩ କରିଥିଲା ଓ ଗୋପିନାଥ ରିଟର୍ନ୍ସ ୧୨୪ ରନ୍ ପିଛା କରି ୧୨ ଓଭର ବିଶିଷ୍ଟ ଖେଳରେ ୯୬କରି ୨୭ ରନ୍‌ରେ ପରାଜୟ ବରଣ କରିଥିଲା । ଉତ୍ପଳା କିଙ୍ଗ ଚମ୍ପିୟାନ ହୋଇଥିବା ବେଳେ ଗୋପୀନାଥ ରିଟର୍ନ୍ସ ରନର୍ସ ହୋଇଥିଲା । ଖେଳାଳିଙ୍କୁ ଅତିଥିଙ୍କ ଦ୍ଵାରା ଟ୍ରଫି ପୁରଷ୍କାର ବିତରଣ କରଯାଇଥିଲା । ପ୍ରିମିୟର ଲିଗ ପରିଚାଳନା କମିଟିର ସଭ୍ୟ ଟୁଇନା, ମିଟୁ, ସମୀର, ଜଗୁ, ଲୋକା, ଚିକୁ, ପପୁନି ଓ କାହ୍ନୁ ସାର୍‌ ଏହାର ପରିଚାଳନା କରିଥିଲେ । ଅମ୍ପାୟାର ଅଶୋକ ମହାପାତ୍ର ଓ କିରଣ ସାହୁ ଖେଳ ପରିଚାଳନା କରିଥିଲେ । ପିପିଏଲର ସଭାପତି କେଶବ ଦାସ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

fourteen + 14 =