pakka

ଛତାପିପଲରେ ମହିମା ଯଜ୍ଞ ଉଦ୍‌ଯାପିତ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ବନ୍ଧପଡ଼ା ପଞ୍ଚାୟତର ଛତାପିପଲ ହରିଜନପଡ଼ାରେ ଗତ ସୋମବର ଦିନ ଆରମ୍ଭ ହୋଇଥିବା ମହିମାଯଜ୍ଞ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏହି ଯଜ୍ଞରେ ଗାଁର ଶତୃଘ୍ନ ନାଗ ଓ ଶ୍ରୀମତୀ ଶାଖା ନାଗ ଯଜ୍ଞକର୍ତ୍ତା ଭାବେ ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ବାବା ଦଳମଣ୍ଟି ଦାୟିତ୍ୱ ନେଇଥିଲେ । ଗାଁର ସମସ୍ତଙ୍କ ସୁଖ ସମୃଦ୍ଧି ସହ ନିରାମୟ ଜୀବନ ଯାପନ ପାଇଁ ପୂଜା ଅର୍ଚ୍ଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂକିର୍ତ୍ତନ୍ୟ ନାଗ, ଶଙ୍କରି ନାଗ ପରିଚାଳନା କରିଥିବା ବେଳେ ୱାର୍ଡ଼ ସଭ୍ୟ ଡୃଷିକେଶ ଗୁରାଣ୍ଡି, କୁଳଧର ଗୁରାଣ୍ଡି ସହ ପ୍ରସନ୍ନ ଗୁରାଣ୍ଡି, ସୁଦନ ଗୁରାଣ୍ଡି, ବ୍ୟାସଦେବ ଗୁରାଣ୍ଡି ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

12 + 5 =