csstore

ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଗତକାଲି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ.ସୁରେଶ ପ୍ରସାଦ ଷଡଙ୍ଗୀ ପରିଚାଳନାରେ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ଏବଂ ମୁଖ୍ୟବକ୍ତା ଭାବେ ଅବସପ୍ରାପ୍ତ ପ୍ରଧ୍ୟାପକ ଡ. ପ୍ରିୟମ୍ବଦା ହୋତା ଯୋଗ ଦେଇ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ସେହିପରି ଅଧ୍ୟାପିକା ରିଙ୍କି ସେଠ, ସାରଦା ଭଞ୍ଜ ଦେଓ, ରିଙ୍କି ସାହୁ, ଭାଗ୍ୟଶ୍ରୀ ତ୍ରିପାଠୀ, ଶୁଭଶ୍ମିତା ମିଶ୍ର ପ୍ରମୁଖ ସମାଜରେ ମହିଳାଙ୍କ ଭୂମିକା ଓ ଆତ୍ମ ନିର୍ଭରଶୀଳତା ଉପରେ ବକ୍ତବ୍ୟ ପ୍ରଦାନ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଛାତ୍ର, ଛାତ୍ରୀମାନେ ମଧ୍ୟ ମତ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.