csstore

ଓଜେୟୁ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ : ବିଭିନ୍ନ କ୍ଷେତ୍ରରୁ କୃତିତ୍ୱ ହାସଲ କରିଥିବା ମହିଳା ହେଲେ ସମ୍ବର୍ଦ୍ଧିତ

ସଇଁତଲା, (ପ୍ରମୋଦ ସେଲମା) : ସ୍ଥାନୀୟ ୟସ ହୋଟେଲ ପରିସରରେ ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ବଲାଙ୍ଗିର ଶାଖା ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଟିଟିଲାଗଡ ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ମୁଖ୍ୟ ଅତିଥି, ବିଶିଷ୍ଟ ସମାଜସେବିକା ବିନ୍ଦୁ ସାହୁ ସମ୍ମାନିତ ଅତିଥି ଏବଂ ବରିଷ୍ଠ ରାଜନୈତିକ ସମୀକ୍ଷକ ପ୍ରମୋଦ ପ୍ରଧାନ ମୁଖ୍ୟବକ୍ତା ଓ ସଂଘ ସମ୍ପାଦକ ସୁଧୀର ଦାସ ଅତିଥି ଭାବରେ ଯୋଗଦେଇ ମହିଳା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ସାଂପ୍ରତିକ ସ୍ଥିତିରେ ମହିଳା ସ୍ୱୟଂସିଦ୍ଧା ହେଲେ ସମାଜର ଉନ୍ନତି ସମ୍ଭବ ବୋଲି ଉଲ୍ଲେଖ କରିଥିଲେ । ସ୍ଥାନୀୟ କବୟିତ୍ରୀ ଶର୍ମିଷ୍ଠା ମିଶ୍ର ସଭା ପରିଚାଳନା କରିଥିଲେ । ଏହି ଅବସରରେ ଟିଟିଲାଗଡ ରେଳ ଷ୍ଟେସନରେ କାର୍ଯ୍ୟରତ ମହିଳା କୁଲି ରଶ୍ମିତା ଛୁରା, ଆଶା କର୍ମୀ ଜ୍ୟୋସ୍ନାମୟୀ ମହାପାତ୍ର, ସରକାରୀ ଡାକ୍ତରଖାନାର ବରିଷ୍ଠ ନର୍ସ ବାସନ୍ତୀ ଦେଇ, ନାରୀଶକ୍ତି ମସଲା ଉଦ୍ୟୋଗ ସମ୍ପାଦିକା ଗୀତା ଦାସ, କର୍କଟ ରୋଗୀଙ୍କ ପାଇଁ କେଶ ଦାନ କରିଥିବା ଛାତ୍ରୀ ଦକ୍ଷିତା ମହାପାତ୍ର, ରକ୍ତଦାନ କରିଥିବା ରୋହିଣୀ ସାହୁ ପ୍ରମୁଖଙ୍କୁ ସଂଘ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ସଂଘ ପକ୍ଷରୁ ଅତିଥି ବୃନ୍ଦଙ୍କୁ ମମେଣ୍ଟୋ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାମ୍ବାଦିକ ଝୁଲୁ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ବାଦିକ ଦୀପକ ସମଜଦାର୍, ଈଶ୍ୱର ଜୈନ, ଗୋପାଳ ଅଗ୍ରୱାଲ, ଅଜିତ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ସନ୍ତୋଷ ନାୟକ, ମମତା ସାହୁ, ମନୋଜ ଶତପଥୀ, ସୁଧୀର ସାହୁ, ଜଗଦୀଶ ଜୈନ, ଚନ୍ଦ୍ରଭାନୁ ପ୍ରଧାନ ଓ ସୋନାଲି ଛତ୍ରିଆଙ୍କ ସମେତ ବିଭିନ୍ନ ସଂଗଠନ ଗୀତାଞ୍ଜଳି ଦାସ, ବି. ସାରଦା ରାଓ, ରିମା ବାନୁଆ, ଗୀତା ଦାଶ ବହୁ ମହିଳା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.