csstore

ସାନଟିକାରେ ଜଳେଶ୍ଵର ମହୋତ୍ସବ ଓ ମହାଶିବରାତ୍ରି ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଲୋଇସିଂହା ଥାନା ଅନ୍ତର୍ଗତ ସାନଟିକା ସ୍ଥିତ ଜଳେଶ୍ଵର ଶୈବପୀଠରେ ମହାଶିବରାତ୍ରି ଜାଗର ଯାତ୍ରା ତଥା ଜଳେଶ୍ଵର ମହୋତ୍ସବ ସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ପୀଠରେ ପ୍ରତ୍ୟହ ଶିବ ପୁରାଣ ପଠନ ସାଙ୍ଗକୁ ଶିବଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜଳେଶ୍ଵର ବାବା ଟ୍ରଷ୍ଟର ସଭାପତି କହ୍ନେଇ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଦ୍ଵିଦିବସୀୟ ଜଳେଶ୍ଵର ମହୋତ୍ସବରେ ଅତିଥି ଭାବେ ସମାଜସେବୀ ତଥା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା କୀର୍ତ୍ତନ ଦାସ, ଗଜେନ୍ଦ୍ର ଦଣ୍ଡସେନା, ରାଜେଶ ଅଗ୍ରୱାଲ, ଦିଲୀପ କୁମାର ବେହେରା, ଆକାଶ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ, ବିଜୟ ବାବୁ ପ୍ରମୁଖ ମଞ୍ଚାସୀନ ଥିଲେ । ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୋରାପୁଟର ଢେମସା ନୃତ୍ୟ ଓ ବରଗଡର ଦୁଲଦୁଲି ସମସ୍ତଙ୍କ ମନ ମୋହି ନେଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଉପରକୁ ମହାଦୀପ ଉଠିବା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବା ଦେଖିବାକୁ ମିଳିଥିଲା ।

jayashree
Leave A Reply

Your email address will not be published.